ତମ୍ବା ପାତ୍ରରେ ପାଣି ପିଇବାର ଫାଇଦା

ତମ୍ବା ପାତ୍ରରେ ପାଣି ପିଇବାର ଫାଇଦା

ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଦିନକୁ ଦିନ ବଢିବାରେ ଲାଗିଛି ଖରାର ପ୍ରକୋପ । ଆଉ ଏହି ଖରା ଗରମରେ ଥଣ୍ଡା ପାଣି ଅମୃତ ସମାନ ଲାଗିଥାଏ । ଏବେ ଘରେ ଘରେ ଥଣ୍ଡା ପାଣି ପାଇଁ ପ୍ଲାଷ୍ଟିକ୍‌ ବୋତଲରେ ପାଣି ଭରି ଫ୍ରିଜରେ ରଖିବା ଆରମ୍ଭ ହୋଇଗଲାଣି  । କିନ୍ତୁ ଏହା ଆଦୌ ସ୍ୱାସ୍ଥ୍ୟକର ହୋଇନଥାଏ । ହେଲେ ଆପଣ ଜାଣିଛନ୍ତି କି, ତମ୍ବା ପାତ୍ରରେ ପାଣି ରଖି ପିଇବା କେତେ ହିତକର ହୋଇଥାଏ । ଅର୍ଥାତ୍‌ ତମ୍ବା ତିଆରି ପାତ୍ରରେ ରଖାଯାଇଥିବା ପାଣି ଅନେକ ଗୁଣରେ ପରିପୂର୍ଣ୍ଣ ହୋଇଥାଏ । ତମ୍ବାପାତ୍ରରେ ପାଣି ପିିଇବା ଫଳରେ ଶରୀରକୁ ଅନେକ ଲାଭ ମିଳିଥାଏ  । ତମ୍ବାପାତ୍ରରେ ପାଣି ପିଇବା ଦ୍ୱାରା ଶରୀରକୁ ଅନେକ ଫାଇଦା ମିଳିଥାଏ ବୋଲି ଆୟୁର୍ବେଦରେ ଦର୍ଶାଯାଇଛି  । ଏହି ପାତ୍ରରେ ରଖାଯାଇଥିବା ପାଣି ଆଣ୍ଟିବ୍ୟାକ୍ଟେରିଆଲ୍‌, ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟିଭାଇରାଲ୍‌ ଗୁଣରେ ଭରପୁର ରହିଥାଏ । ତେବେ ଆସନ୍ତୁ ଜାଣିବା ତମ୍ବା ପାତ୍ରର ପାଣି ପିଇଲେ କ’ଣ ସବୁ ଫାଇଦା ମିଳିଥାଏ.... 

  • ହଜମ ପ୍ରକ୍ରିୟା ବଢାଏ: ତମ୍ବାପାତ୍ରରେ ଥିବା ଆଣ୍ଟିବ୍ୟାକ୍ଟେରିଆଲ୍‌ ଏବଂ ଆଣ୍ଟିଭାଇରାଲ୍‌ ଗୁଣ ପାଚନ ତନ୍ତ୍ରରେ ଥିବା ବ୍ୟାକ୍ଟେରିଆ ଏବଂ ଭାଇରସକୁ ମାରିବାରେ ସହାୟକ ହୋଇଥାଏ  । ଯାହା ଆମ ହଜମ ଶକ୍ତିକୁ ବଢାଇବାରେ କରିବାରେ ସାହାଯ୍ୟ କରେ ଏବଂ ପାଚନକ୍ରିୟା ଠିକ୍‌ ରହିଥାଏ । ତମ୍ବା ପାତ୍ରର ପାଣି ଗ୍ୟାସ୍‌, ଏସିଡିଟି, ବଦହଜମୀ ଆଦି ସମସ୍ୟା ମଧ୍ୟ ଦୂର କରିଥାଏ ।
  •  ଓଜନ କମରେ ସହାୟକ: ଓଜନ କମ୍‌ କରିବା କ୍ଷେତ୍ରରେ ତମ୍ବାପାତ୍ରର ଉପଯୋଗ ବେଶ୍‌ ଲାଭଦାୟକ  । ତମ୍ବାପାତ୍ରରେ ପାଣି ରଖି ପିଇବା ଦ୍ୱାରା ମେଟାବୋଲିଜମ୍‌ ସକ୍ରିୟ ହୋଇଥାଏ ଯାହା ଓଜନ ହ୍ରାସରେ ସହାୟକ ହୋଇଥାଏ । ଏହା ଧିରେଧିରେ ଚର୍ବି ଅଂଶକୁ କମ୍‌ କରିଥାଏ  ।
  •  ତ୍ୱଚା ଏବଂ କେଶ ପାଇଁ ଲାଭଦାୟକ: ଚର୍ମ ପାଇଁ ତମ୍ବାପାତ୍ରର ପାଣି ବେଶ୍‌ ଲାଭଦାୟକ  । ଏହା ଶରୀରରେ କୋଲାଜନର ଉତ୍ପାଦନ ବୃଦ୍ଧି ପାଏ  । ଯାହା ଚର୍ମର କୁଞ୍ଚନ କମାଇବା ସହ ଚର୍ମକୁ ସୁସ୍ଥ ଓ ଚମକପ୍ରଦ ରଖିଥାଏ ଏବଂ ନାନା ପ୍ରକାର ଚର୍ମ ସମସ୍ୟାରୁ ମୁକ୍ତି ମିଳିଥାଏ  । ତମ୍ବା ପାତ୍ରର ପାଣି ଶରୀରରେ ମେଲାନିନର ଉତ୍ପାଦନ ମଧ୍ୟ ବୃଦ୍ଧି କରେ ଯାହା କେଶର ରଙ୍ଗ ଗାଢ କଳା ରଖିବାରେ ସହାୟକ ହୋଇଥାଏ । 
  • ଆଖି ପାଇଁ ହିତକର: ତମ୍ବାପାତ୍ରରେ ପାଣି ପିଇବା ଦ୍ୱାରା ଶରୀରରେ ମେଲାନିନର ଉତ୍ପାଦନ ବୃଦ୍ଧି ପାଇଥାଏ ଯାହା ଦୃଷ୍ଟିଶକ୍ତି ପାଇଁ ଭଲ  । କାରଣ ମେଲାନିନର ବୃଦ୍ଧି ଆଖି ପାଇଁ ବେଶ୍‌ ଲାଭଦାୟକ  ।
  • କୋଲେଷ୍ଟ୍ରୋଲ୍‌ ନିୟନ୍ତ୍ରଣ : ତମ୍ବାପାତ୍ରରେ ପାଣି ପିଇବା ଦ୍ୱାରା କୋଲେଷ୍ଟ୍ରୋଲ୍‌ ସ୍ତରକୁ ନିୟନ୍ତ୍ରଣରେ ରଖିଥାଏ ଏବଂ ରକ୍ତଚାପକୁ କମ୍‌ କରିଥାଏ । ଏହା ସହିତ ରକ୍ତ ବାହିକା ଧମନୀ ଓ ଶିରାପ୍ରଶିରାକୁ ସୁସ୍ଥ ରଖିଥାଏ  ।