ଫେବୃଆରି ୧୭ରୁ ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା
ନୂଆଦିଲ୍ଲୀ : ୨୦୨୬ ଫେବୃଆରି ୧୭ରୁ ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା ଅନୁଷ୍ଠିତ ହେବ । ୨୦୨୫ ସେପ୍ଟେମ୍ବର ୨୪ରେ ସିବିଏସଇ ପକ୍ଷରୁ ସମ୍ଭାବ୍ୟ ପରୀକ୍ଷା ତାରିଖ ଘୋଷଣା କରାଯାଇଥିଲା । ପ୍ରଥମ ଥର ପାଇଁ ପରୀକ୍ଷାର ୧୧୦ ଦିନ ପୂର୍ବରୁ ସିବିଏସଇ ପକ୍ଷରୁ ସମ୍ଭାବ୍ୟ ତାରିଖ ନେଇ ସୂଚନା ଦିଆଯାଇଥିଲା । ସେହିପରି ପିଲାଙ୍କୁ ଅଧିକ ପ୍ରସ୍ତୁତି ସମୟ ଦେବା ପାଇଁ ପରୀକ୍ଷା ତାରିଖ ମଧ୍ୟରେ ଅଧିକ ବ୍ୟବଧାନ ବି ରଖାଯାଇଛି । ସିବିଏସଇ ଦଶମ ପରୀକ୍ଷା ଫେବୃଆରି ୧୭ରୁ ମାର୍ଚ୍ଚ ୧୦ ଯାଏଁ ଚାଲିବ । ଅପରପକ୍ଷରେ ଦ୍ୱାଦଶ ପରୀକ୍ଷା ଫେବୃଆରି ୧୭ରୁ ଅପ୍ରେଲ ୯ ପର୍ଯ୍ୟନ୍ତ ଚାଲିବ । ସମସ୍ତ ପରୀକ୍ଷା ସକାଳ ସାଢେ଼ ୧୦ଟାରେ ହିଁ ଆରମ୍ଭ ହେବ ।