୯୪% ପିଲାଙ୍କୁ ଶିକ୍ଷା କ୍ଷେତ୍ରରେ ନ୍ୟାର୍ଯ୍ୟ ଅଧିକାର ଦାବି : ପଛୁଆବର୍ଗଙ୍କ ପାଇଁ ଶିକ୍ଷାରେ ସଂରକ୍ଷଣ ଦିଆଯାଉ
ଭୁବନେଶ୍ୱର: ବୈଷୟିକ, କାରିଗରୀ,ବୃତ୍ତିଗତ, ଡାକ୍ତରୀ,ଧନ୍ଦାମୂଳକ ସହ ଉଚ୍ଚଶିକ୍ଷାରେ ପଛୁଆ ବର୍ଗ ପାଇଁ ୫୪% ଓÿ ଅନୁସୂଚିତ ଜାତି ଓ ଜନଜାତି ପାଇଁ ୩୮.୭୫% ସଂରକ୍ଷଣ ଦାବିରେ ଆଜି ସାମାଜିକ ନ୍ୟାୟ ସାମ୍ମୁଖ୍ୟ, ଓଡିଶା ଅଭିଭାବକ ମହାସଂଘ ଓÿ ସାମାଜିକ ନ୍ୟାୟ ସୁରକ୍ଷା ଅଭିଯାନ ପକ୍ଷରୁ ଦିନିକିଆ ସତ୍ୟାଗ୍ରହ ଲୋୟର ପି ଏମ ଜି ଠାରେ ଅନୁଷ୍ଠିତ ହୋଇଛି । ଶିକ୍ଷା ହିଁ ବିକାଶର ଚାବିକାଠି । ତେଣୁ ଶିକ୍ଷା ଯେପରି ସବୁ ବର୍ଗର ହାତ ପାଆନ୍ତାରେ ପହଁଞ୍ଚିବ ସେଥିପ୍ରତି ସରକାର ଦୃଷ୍ଟି ଦେବା ଆବଶ୍ୟକ । ଯେଉଁ ରାଜ୍ୟ ଯେତେ ଶିକ୍ଷିତ, ସେ ରାଜ୍ୟ ସେତେ ପ୍ରଗତିଶୀଳ ବିକଶିତ । ଓଡିଶାର ଜନସଂଖ୍ୟାର ପ୍ରାୟ ୫୪% ପଛୁଆବର୍ଗ । ମାତ୍ର ଏହି ବର୍ଗଙ୍କୁ ମେଡିକାଲ, ଇଂଜିନିୟରିଂ, କାରିଗରୀ ଓ ବୃତିଗତ ଶିକ୍ଷାରେ ଆୌ ସଂରକ୍ଷଣ ପ୍ରଦାନ କରାଯାଇ ନାହିଁ । ଦୁଇ ଦଶନ୍ଦି ଧରି ସେମାନେ ଆଦୌ ସଂରକ୍ଷଣ ପାଇନଥିବାରୁ ସଂଖ୍ୟାନୁପାତରେ ସେମାନଙ୍କୁ ୫୪% ସଂରକ୍ଷଣ ସୁନିଶ୍ଚିତ କରାଯାଉ । ଅନୁରୂପ ଭାବେ ରାଜ୍ୟ ଜନସଂଖ୍ୟାର ଆଦିବାସୀ ଓÿ ଦଳିତ ମାନେ ୩୮.୭୫% ତେଣୁ ସେମାନଙ୍କୁ ମଧ୍ୟ ୨୦% ପରିବର୍ତ୍ତେ ମେଡିକାଲ/ବୈଷୟିକ ଶିକ୍ଷାରେ ମଧ୍ୟ ୩୮.୭୫% ସଂରକ୍ଷଣ ପାଇଁ ଦାବୀ କରାଯାଇଛି । ଓଡିଶା ଅଭିଭାବକ ମହାସଂଘ ସଭାପତି ବାସୁଦେବ ଭଟ୍ଟ କହିଛନ୍ତି ଶିକ୍ଷା ଅଧିକାର ଆଇନ ଅନୁଯାଇ ବର୍ତମାନ ପ୍ରାଇଭେଟ ସ୍କୁଲରେ ମଧ୍ୟ ଆର୍ଥିକ ଅନାଗ୍ରସର ଶ୍ରେଣୀ ପିଲାଙ୍କୁ ଅଷ୍ଟମ ପର୍ଯ୍ୟନ୍ତ ମାଗଣା ପଢ଼ା ଯାଉଛି । ସେମାନଙ୍କୁ ଦ୍ୱାଦଶ ପର୍ଯ୍ୟନ୍ତ ମାଗଣା ପଢ଼ିବାକୁ ଲଢେଇ ଜାରି ରହିଛି । ପ୍ରାୟତଃ ଆର୍ଥିକ ଅନାଗ୍ରସର ଶ୍ରେଣୀରେ ଥିବା ପଛୁଆ ବର୍ଗ ପିଲାଙ୍କୁ ବୈଷୟିକ, କାରିଗରୀ ସହ ସମସ୍ତ ଶିକ୍ଷା କ୍ଷେତ୍ରରେ ୫୪% ଓÿ ଦଳିତ ଓÿ ଆଦିବାସୀ ପିଲାଙ୍କୁ ୩୮% ସ୍ଥାନ ସଂରକ୍ଷଣ ବ୍ୟବସ୍ଥା କରାଯାଉ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସାମାଜିକ ନ୍ୟାୟ ଅଭିଯାନର ଆବାହକ ଅକ୍ଷୟ କୁମାର ମଲ୍ଲିକ ସଂରକ୍ଷଣର ଇତିହାସ ଏବଂ ଓଡିଶାରେ ହୋଇଥିବା ଐତିହାସିକ ଅବହେଳା ବିଷୟରେ ମତ ରଖିଥିଲେ ।