ନବୀନ ନିବାସରେ ବାଲେଶ୍ୱର ବିଜେଡି କଳି

ଭୁବନେଶ୍ୱର: ଶେଷରେ ନବୀନ ନିବାସରେ ପହଞ୍ଚିଛି ବାଲେଶ୍ୱର ବିଜେଡି କଳି। ପୂର୍ବତନ ଏମ୍ପି ରବୀନ୍ଦ୍ର ଜେନାଙ୍କୁ ଜିଲା ସଭାପତି କରିବା ଦାବି ନେଇ ବ୍ଲକ ଅଧ୍ୟକ୍ଷ, ଜିଲା ପରିଷଦ ସଭାପତି ଓ ପୌରାଧ୍ୟକ୍ଷ ନବୀନ ନିବାସ ଆସିଛନ୍ତି। ଏଠାରେ ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିବାକୁ ସିମୁଳିଆ ବିଧାୟିକା ପ୍ରାର୍ଥିନୀ ସୁଭାସିନୀ ସାହୁ, ରେମୁଣା ପ୍ରାର୍ଥିନୀ ବିଦୁସ୍ମିତା ମହାଳିକ ମଧ୍ୟ ଆସିଛନ୍ତି। ଅନ୍ୟପକ୍ଷରେ ବୁଧବାର ଅର୍ଥାତ୍ ଆଜି ନୂଆ ବିଜେଡି ଗଠନ ନେଇ ସଂକେତ ଦେଇଛନ୍ତି ବରିଷ୍ଠ ନେତା ଅମର ଶତପଥୀ। ସେ କହିଛନ୍ତି, ବିଜେଡି ଲୋକ ହିଁ ଗଠନ କରିବେ ନୂଆ ବିଜେଡି। ନିର୍ଦ୍ଦିଷ୍ଟ ନୀତି ଓ ବିଚାରଧାରାରେ ନ ଚାଲିଲେ ନେତା ଓ କର୍ମୀ ଦୂରେଇ ଯିବେ। ପୂର୍ବତନ ଏମ୍ପି ତଥାଗତ ସତପଥୀଙ୍କ କଥାକୁ ସମର୍ଥନ କରିଛନ୍ତି ଅମର। ଲଗାତର ଭାବେ ବଡ଼ଚଣା ନିର୍ବାଚନମଣ୍ଡଳୀରୁ ବିଜୟ ହାସଲ କରିଥିବା ଅମରଙ୍କୁ ଗତ ନିର୍ବାଚନରେ ବିଜେଡି ଟିକେଟ୍ ମିଳି ନ ଥିଲା। ତାଙ୍କ ସ୍ଥାନରେ ଅଭିନେତ୍ରୀ ବର୍ଷାଙ୍କ ଉପରେ ବିଜେଡି ଆଶା ପ୍ରକଟ କରିଥିଲା । ଯେଉଁଟା ଫେଲ୍ ମାରିଥିଲା। ଯାଜପୁରକୁ ବିଜେଡି ଗଡ଼ କୁହାଯାଉଥିବା ବେଳେ ଏହି ଗଡ଼ ଭୁଶୁୁଡି ପଡ଼ିଥିଲା।