ବିଧାନସଭା ଅଧିବେଶନରେ ପ୍ରତ୍ୟେକ ପ୍ରଶ୍ନର ଠିକ୍ ଉତ୍ତର ଦେବେ ସରକାର

ଭୁବନେଶ୍ୱର: ସେପ୍ଟେମ୍ବର ୧୮ରୁ ସପ୍ତଦଶ ବିଧାନସଭାର ଚତୁର୍ଥ ଅଧିବେଶନ ଆରମ୍ଭ ହେବ । ବିଭାଗୀୟ ସଚିବମାନଙ୍କ ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି । ନିର୍ଦ୍ଦେଶନାମା ଜାରି କରିଛନ୍ତି ମୁଖ୍ୟ ଶାସନ ସଚିବବିଧାନସଭାରେ ଉତଥାପନ ପ୍ରସଙ୍ଗର ସମସ୍ତ ଉତ୍ତର ଠିକ ଭାବେ ଦିଆଯିବ । ଏ ନେଇ ବ୍ୟକ୍ତିଗତ ଧ୍ୟାନ ଦେବାକୁ ଅଫିସରଙ୍କୁ ନିର୍ଦ୍ଦେଶ । ବିଭାଗୀୟ ସଚିବ ବିଦେଶ ଯାତ୍ରାରୁ ନିବୃତ୍ତ ରହିବାକୁ ନିର୍ଦ୍ଦେଶରେ କୁହାଯାଇଛି । ରାଜ୍ୟ ବାହାରକୁ ଗସ୍ତ ଯଥାସମ୍ଭବ ସୀମିତ କରିବାକୁ କୁହାଯାଇଛି । ସ୍ଥିର କରାଯାଇଥିବା ଗସ୍ତ କାର୍ଯ୍ୟକ୍ରମ ଘୁଞ୍ଚାଇବାକୁ ନିର୍ଦ୍ଦେଶନାମାରେ ଦର୍ଶାଯାଇଛି । ତଥ୍ୟ ଯୋଗାଇବା କ୍ଷେତ୍ରରେ କର୍ମଚାରୀ ସଦର ମହକୁମାରେ ରହିବ ।