ଭାଗବତପ୍ରସାଦ ମହାନ୍ତିଙ୍କ ଜୟନ୍ତୀ

 କେନ୍ଦ୍ରାପଡ଼ା:  ଯଶସ୍ୱୀ ରାଜନେତା ଭାଗବତ ପ୍ରସାଦ ମହାନ୍ତିଙ୍କ ୯୭ତମ ଜୟନ୍ତୀ ସ୍ଥାନୀୟ ଦିନବନ୍ଧୁସାହୁ ଆଇନ ମହାବିଦ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଭାଗବତ ପ୍ରସାଦ ମହାନ୍ତି ଟ୍ରଷ୍ଟ ଆନୁକୂଲ୍ୟରେ ଏହି ସଭାରେ ପ୍ରାକ୍ତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଭାଗବତ ବାବୁଙ୍କ ଜୀବନୀ ଏକ ସାଲିସ ବିହିନ ସଂଗ୍ରମୀ ଥିଲା ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟତମ ଅତିଥି ବରିଷ୍ଟ ଶ୍ରମିକ ନେତା ତଥା ଜାତୀୟ ଓ ଆର୍ନ୍ତଯାତିିକ କ୍ଷେତ୍ରରେ ଯଥେଷ୍ଟ ସୁନାମ ଅର୍ଜନ କରିଥିବା ନେତା ରାମଚନ୍ଦ୍ର ଖୁଣ୍ଟିଆ ଭାଗବତ ବାବୁଙ୍କୁ ଜଣେ ସାମ୍ୟବାଦୀ ନେତାରୁପେ ଅବ୍ୟାହତ କରିଥିଲେ । ସଭାରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟତମ ଅତିଥି କେନ୍ଦ୍ରାପଡାର ବିଧାୟକ ଗଣେଶ୍ୱର ବେହେରା ଭାଗବତବାବୁଙ୍କୁ କେନ୍ଦ୍ରାପଡାର ବିନ୍ଧାଣୀ ଭାବେ ଚିତ୍ରଣ କରିଥିଲେ ଏବଂ ତାଙ୍କ ସମୟରେ କେନ୍ଦ୍ରାପଡା ଜିଲ୍ଲାର ସର୍ବାଧିକ ଉନ୍ନତି ସାଧିତ ହୋଇଥିଲା । ପ୍ରାକ୍ତନ ବିଧାୟିକା ଡ. ସିପ୍ରା ମଲ୍ଲିକ, ପ୍ରାକ୍ତନ ବିଧାୟକ ଅଲେଖ କୁମାର ଜେନା, ଚିନ୍ମୟ ପ୍ରସାଦ ବେହୁରା, ଅଧ୍ୟାପକ ତପନ କୁମାର ପତି, ଉମାକାନ୍ତ ନାୟକ, ଅଜୟ କୁମାର ସାମଲ, ଚୈତନ୍ୟ ପରିଡା, ପରିବେଶବିତ୍ ଉଦୟ ଚୌଧୁରୀ, ବିଧାନ କୁମାର ସାମଲ, ଅପର୍ଣ୍ଣା ମିଶ୍ର, ଆକବର ଅଲ୍ଲି, ଲ କଲେଜ ଅଧ୍ୟକ୍ଷ ରବିନ୍ଦ୍ର କୁମାର ବଳ, ଶ୍ରମିକ ନେତା କୃଷ୍ଣ ଚନ୍ଦ୍ର ରାଉତ, ପ୍ରମୋଦ ମହାପାତ୍ର ଭାଗବତବାୁଙ୍କ ବହୁମୁଖି ପ୍ରତିଭା ସମ୍ପର୍ଖରେ ମତବ୍ୟକ୍ତ କରିବା ସହିତ ଶ୍ରଦ୍ଧାଳୀ ଅର୍ପଣ କରିଥିଲେ । ଭାଗବତ ପ୍ରସାଦ ମହାନ୍ତି ଟ୍ରଷ୍ଟର ସଭାପତି ଗୁରୁପ୍ରସାଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ସଭାରେ ଟ୍ରଷ୍ଟର ଟ୍ରଷ୍ଟି ବସନ୍ତ କୁମାର ସେଠୀ, ସମ୍ପାଦକ ସୁଶିଲ କୁମାର ସାମଲ, ସଭ୍ୟ ଫକିର ଚରଣ ଖଟୁଆ ପ୍ରମୁଖ ସହଯୋଗ କରିଥିଲେ ।