ଏଥର ପାର୍ବଣରେ ୩୭ ଚାନ୍ଦିମେଢ଼
କଟକ : ସାରା ଦେଶରେ ରୌପ୍ୟନଗରୀ କଟକ ଦଶହରାର ଆକର୍ଷଣ ବୃଦ୍ଧି ପାଇବାରେ ଲାଗିଛି । ୨୦୦୦ମସିହା ପରଠାରୁ ପ୍ରତିବର୍ଷ କୌଣସି ନା କୌଣସି ପୂଜା କମିଟି ଚାନ୍ଦି ମେଢ଼ କରୁଛନ୍ତି । ଗତବର୍ଷ ସୁଦ୍ଧା ୩୫ଟି ଚାନ୍ଦିମେଢ଼ ଥିବାବେଳେ ଏଥର ଆଉ ୨ଟି ପୂଜା କମିଟି ଚାନ୍ଦି ମେଢ଼ ତିଆରି କରିଛନ୍ତି । ଚଳିତବର୍ଷ ଯୋବ୍ରା ଦୁର୍ଗା ମନ୍ଦିର ପରିଚାଳନା କମିଟି ଓ ମା’ ମଂଗଳା ପୂଜା କମିଟି, ଗୋପାଳଜୀଉ ଲେନ, ମଠସାହି ଚାନ୍ଦିମେଢ଼ କ୍ଲବରେ ସାମିଲ ହୋଇଛନ୍ତି । ଉଭୟ ପୂଜା କମିଟି ତରଫରୁ ଚାନ୍ଦିମେଢ଼ କାମ ମଧ୍ୟ ଚୂଡ଼ାନ୍ତ ସ୍ଥିତିରେ ପହଁଞ୍ଚିଥିବା ଜଣାପଡ଼ିଛି । ଦୁର୍ଗାପୂଜା ଆରମ୍ଭ ପୂର୍ବରୁ ୨ଟି କମିଟି ତରଫରୁ ମେଢ଼ ଲୋକାର୍ପଣ ଉସôବ ଆୟୋଜନ କରାଯିବ । ଫଳରେ ରୌପ୍ୟନଗରୀରେ ଚାନ୍ଦିମେଢ଼ ସଂଖ୍ୟା ୩୭ରେ ପହଁଞ୍ଚିବ । ୧୯୫୪ ମସିହା ପରେ ପ୍ରଥମକରି ଚାନ୍ଦିମେଢ଼ ନିର୍ମାଣ କରିଥିଲା ଚୌଧୁରୀବଜାର ଦୁର୍ଗା ପ‚ାୟତ କମିଟି । ଏହାର ଦୀର୍ଘବର୍ଷ ପରେ କଟକ ଚଣ୍ଡିରୋଡ଼, ଶେଖବଜାର ପୂଜା କମିଟି ୧୯୯୧ ବେଳକୁ ସହରର ଦ୍ୱିତୀୟ ଚାନ୍ଦିମେଢ଼ ନିର୍ମାଣ କରିଥିଲା । ଚଳିତ ବର୍ଷ ଯୋବ୍ରା ଦୁର୍ଗା ମନ୍ଦିର ପରିଚାଳନା କମିଟି ତରଫରୁ ପ୍ରାୟ ଅଢ଼େଇ କୁଇଣ୍ଟାଲ ଚାନ୍ଦିରେ ନୂଆ ମେଢ଼ ତିଆରି କରାଯାଉଛି । ଆସନ୍ତା ୨୩ ତାରିଖ ସୁଦ୍ଧା ଚାନ୍ଦିମେଢ଼ କାମ ଚୂଡ଼ାନ୍ତ ହେବ ବୋଲି ପୂଜା କମିଟି ପକ୍ଷରୁ ସୂଚନା ଦିଆଯାଇଛି ।