ମା’ବିରଜାଙ୍କର ରଥଯାତ୍ରା ଓ ଦଶହରା ପୂଜା ପାଇଁ ପ୍ରସ୍ତୁତି ବୈଠକ

 ଯାଜପୁର ଟାଉନ : ମଙ୍ଗଳବାର ଅପରାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ମା' ବିରଜାଙ୍କ ରଥଯାତ୍ରା ଏବଂ ଦଶହରା ପର୍ବ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ(ପ୍ରଶାସନ), ଯୁଧିଷ୍ଠିର ନାୟକ ଆଗାମୀ ଦଶହରା ପୂଜା ଭସାଣି ଉତ୍ସବଶାନ୍ତି ଶୃଙ୍ଖଳାର ସହ ପାଳନ କରିବା ନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଯାଜପୁର ସହରର ସଂକୀର୍ଣ୍ଣ ରାସ୍ତାକୁ ଦୃଷ୍ଟିରେ ରଖି ଜନଗହଳି ପୂର୍ଣ୍ଣ ଛକ, ସୋରୁମ ମାନଙ୍କ ସାମ୍ନାରେ ଟ୍ରାଫିକ ବ୍ୟବସ୍ଥା କଢ଼ା କଢ଼ି ଭାବେ ନିୟନ୍ତ୍ରଣ କରିବା ସହିତ ଅଧିକ ସଂଖ୍ୟକ ପୁଲିସ ମୁତୟନ ପାଇଁ ବୈଠକରେ ନିଷ୍ପତି ଗ୍ରହଣ କରାଗଲା । ମା' ବିରଜାଙ୍କ ରଥଟଣା ମନ୍ଦିର ଟ୍ରଷ୍ଟ ବୋର୍ଡ ଦ୍ୱାରା ପ୍ରଦତ କାର୍ଯ୍ୟସାରଣୀ ମୁତାବକ ସମ୍ପନ୍ନ ହେବ ବୋଲି ଉପ ଜିଲ୍ଲାପାଳ ତାପସ ରଞ୍ଜନ ଦେହୁରୀ ଜଣାଇଥିଲେ । ବିଗତ ବର୍ଷ ଭଳି ଏବର୍ଷ ମଧ୍ୟ ମା’ ବିରଜାଙ୍କ ରଥ ଯାତ୍ରା ଓ ଦୁର୍ଗାପୂଜା ଯେପରି ସୁଚାରୁରୂପେ ପାଳନ କରାଯିବ ସମସ୍ତଙ୍କ ସହଯୋଗ ଲୋଡ଼ିବା ସହିତ ଅଧିକ ପୁଲିସ ଫୋର୍ସ ମୁତୟନ କରିବାକୁ ନିଦେ୍ର୍ଦଶ ଦେଇଥିଲେ । ପୂଜା ତଥା ଭସାଣି ସମୟରେ ଡି.ଜେ. ବ୍ୟବାହାରକୁ ସଂପୂର୍ଣରୂପେ ବନ୍ଦ କରିବାକୁ ବୈଠକରେ ନିଷ୍ପତି ଗ୍ରହଣ କରାଗଲା । ଡ଼ାକବାଜି ଯନ୍ତ୍ର ବଜାଇବା ନିମନ୍ତେ ୭ଦିନ ଆଗରୁ ଅନୁମତି ନେବାକୁ ଏବଂ ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ରାତି ୧୦ଟା ସୁଦ୍ଧା ଶେଷ କରିବାକୁ ନିଷ୍ପତି ନିଆଯାଇଥିଲା । ବୈଠକରେ ଉପସ୍ଥିତ ରହି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶିତିକଣ୍ଠ କାନୁନଗୋ କହିଲେ ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦେଶ ଅନୁସାରେ୬୫ଡେସିବେଲରୁ ଅଧିକ ସାଉଣ୍ଡ ରେ ବାଦ୍ୟଯନ୍ତ୍ର ନବଜେଇବାକୁ ସମସ୍ତ ପୂଜା କମିଟିକୁ ଅନୁରୋଧ କରିଥିଲେ । ରାତ୍ର ୧୦ଘଟିକା ପରେ ଜାକବାଜି ଯନ୍ତ୍ରର ବ୍ୟବାହାରକୁ ସଂପୂର୍ଣ ରୂପେ ବନ୍ଦ କରିବାକୁ ନିଦେ୍ର୍ଦଶ ଦିଆଗଲା । ପୂଜା ସମୟରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ଏବଂ ରାସ୍ତାରେ ପାଇପ ଲାଇନ ଲିକେଜକୁ ସଂପୂର୍ଣ୍ଣ ବନ୍ଦ କରିବା ଓ ମନ୍ଦିର ପରିସରରେ ଥିବା ଜଳ ଉତ୍ସ ଗୁଡିକୁ ମରାମତି କରିବାକୁ ଜନ ସ୍ୱାସ୍ଥ୍ୟ ବିଭାଗକୁ ନିଦେ୍ର୍ଦଶ ଦିଆଗଲା । ଅଧିକ ଜନସମାଗମ ହେତୁ ଆଲୋକ ଓ ପରିମଳ ବ୍ୟବସ୍ଥା ସଠିକ ଭାବେ କାର୍ଯ୍ୟ କରିବା ପାଇଁ ନିର୍ବାହୀ ଅଧିକାରୀ ପୌରପାଳିକା, ଯାଜପୁରଙ୍କୁ ଅନୁରୋଧ କରାଗଲା । ଦଶହରା ସମୟରେ ମା'ଙ୍କ ମନ୍ଦିର ନିକଟରେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଅନୁରୋଧ କରାଗଲା । ଦୂର୍ଗା ପୂଜା ପୂର୍ବରୁ ସହରର ମୁଖ୍ୟ ରାସ୍ତା ମରାମତି କରିବାକୁ ରାସ୍ତା ଓ ଗୃହ ନିର୍ମାଣ ତଥା ଗ୍ରାମ୍ୟ ଉନ୍ନୟନ ବିଭାଗର କର୍ମକର୍ତାଙ୍କୁ ଅତିରିକ୍ତ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଥିଲେ । ଦଶହରା ଏବଂ ଭସାଣି ଦିନ ସମସ୍ତ ମଦ ଦୋକାନ ଗୁଡିକ ବନ୍ଦ ରଖିବାକୁ ନିଷ୍ପତି ନିଆଗଲା । ସମସ୍ତ ପୂଜା ମଣ୍ଡପ ଗୁଡିକୁ ତଦାରଖ କରି କୌଣସି ଅଘଟଣର ତକôାଳ ନିୟନ୍ତ୍ରଣ ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେବାକୁ ଅଗ୍ନିଶମ ବିଭାଗକୁ ଅନୁରୋଧ କରାଗଲା । ପୂର୍ବ ବର୍ଷ ଭଳି ଦେବୀ ବିସର୍ଜନ ପାଇଁ ବୈତରଣୀ ନଦୀର ନିର୍ଦ୍ଧାରିତ ସ୍ଥାନରେ ଏକ ଅସ୍ଥାୟୀ ପୋଖରୀ ଖୋଳିବା ସହ ଆନୁଷଙ୍ଗିକ ବ୍ୟବସ୍ଥା କରିବା ପାଇଁ ଜଳସେଚନ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦେଶ ଦିଆଯାଇଥିଲା । ପ୍ରଦୂଷଣ ସମ୍ବନ୍ଧୀୟ ଆନୁସଙ୍ଗିକ ବ୍ୟବସ୍ଥା କରିବା ପାଇଁ ନିର୍ବାହୀ ଅଧିକାରୀ ଯାଜପୁର ପୌରପାଳିକାଙ୍କୁ ନିଦେ୍ର୍ଦଶ ଦିଆଯାଇଥିଲା ।  ବୈଠକରେ ଅନ୍ୟମାନଙ୍କ ମଧ୍ୟରେ, ସହକାରୀ ଜିଲ୍ଲାପାଳ, ସାଧାରଣ ଓ ବିବିଧ ବିଭାଗ, ଅଧିକ୍ଷଣ ଯନ୍ତ୍ରୀ, ରାସ୍ତା ଓ ଗୃହନିର୍ମାଣ ବିଭାଗ, ଟିପିଏନ୍ଓଡିଏଲ ଅଧିକାରୀ, ଅଗ୍ନିଶମ ବିଭାଗ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ବିଭିନ୍ନ ପୂଜା କମିଟିର ବରିଷ୍ଠ ସଦସ୍ୟ, ମା' ବିରଜାଙ୍କ ମୁଖ୍ୟ ସେବାୟତ, ମେଢ଼ କର୍ମକର୍ତା ଓ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।