ବିଜେପିର ମିଶ୍ରଣ ପର୍ବ 

 ବୁଗୁଡ଼ା : ବୁଗୁଡ଼ା ବ୍ଲକ ମୋଟାବାଡି ପଞ୍ଚାୟତର ଡାକରାବାଡିÿ ଗ୍ରାମରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଡାକରାବାଡି ଗ୍ରାମର ଶୁଶାନ୍ତ କୁମାର ପ୍ରଧାନ, ରଞ୍ଜନ କୁମାର ଜେନା, ଦିନବନ୍ଧୁ ପ୍ରଧାନ, ଚରଣ ଗୌଡ଼, ରଙ୍କନିଧି ସ୍ୱାଇଁ, ଟୁନା ପ୍ରଧାନ, ଶ୍ରୀଧର ଜେନା, ରିଙ୍କୁ ପ୍ରଧାନ, ନିରଞ୍ଜନ ପ୍ରଧାନ, ରମେଶ ଚନ୍ଦ୍ର ସ୍ୱାଇଁ, ଲଡୁ କିଶୋର ପ୍ରଧାନ, ପବିତ୍ର ଗୌଡ଼ ସମେତ ବହୁ ବ୍ୟକ୍ତି ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଢ଼ ନେତୃତ୍ୱ ଏବଂ ବିକଶିତ ଭାରତ ଗଠନ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜେପି ଦଳରେ ଯୋଗ ଦେଇଥିଲେ । ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସେମାନଙ୍କୁ ପୁଷ୍ପଗୁଚ୍ଛ, ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ଦଳକୁ ସ୍ୱାଗତ କରିଥିଲେ । ଏହି ମିଶ୍ରଣ ପର୍ବରେ ବୁଗୁଡ଼ା ବ୍ଲକ ଉପାଧ୍ୟକ୍ଷ ମାନସ ରଂଜନ ପ୍ରଧାନ, ବିଧାୟକ ପ୍ରତିନିଧି ହରିହର ସାହୁ, ଆଇନଜୀବୀ ହରପ୍ରସାଦ ଦାସ , କେଦାରନାଥ ମହାରଣା, କୃଷ୍ଣଚନ୍ଦ୍ର ମହାପାତ୍ର, କାର୍ତ୍ତିକ ମଙ୍ଗାଳ, ଗଙ୍ଗାଧର ନାୟକ, ନଟବର ଜେନା, ସୁନୀଲ ପାଢ଼ୀଙ୍କ ସମେତ ଦଳର ଅନେକ କର୍ମକର୍ତ୍ତା ଓ କର୍ମୀ ଉପସ୍ଥିତ ରହିଥିଲେ ।