ଅନ୍ୟର ଏହି ସବୁ ଜିନିଷ ବ୍ୟବହାର କରନ୍ତୁ ନାହିଁ; ଅଚେତ୍ ଆସିବ ନାନା ଅସୁବିଧା

ଅନ୍ୟର ଏହି ସବୁ ଜିନିଷ ବ୍ୟବହାର କରନ୍ତୁ ନାହିଁ; ଅଚେତ୍ ଆସିବ ନାନା ଅସୁବିଧା

ଅନ୍ୟର କୌଣସି ଜିନିଷ ଭଲ ଲାଗିଲେ ବା ଅସୁବିଧାରେ ପଡ଼ିଲେ ଜଣେ ଅନ୍ୟ ଠାରୁ  ଜିନିଷ ମାଗି ଥାଏ ବ୍ୟବହାର ପାଇଁ । ଏହା ଏକ ସାଧାରଣ କଥା ହୋଇପାରେ କିନ୍ତୁ ଏମିତି ବି କିଛି ଜିନିଷ ରହିଛି ଯାହାକୁ ଅନ୍ୟଠାରୁ ମାଗି ଆଣି ବ୍ୟବହାର କରିବାଦ୍ୱାରା ନାନା ଅସୁବିଧା ଉପୁଜିପାରେ। ଆସନ୍ତୁ ସେମିତି କିଛି ଜିନିଷ ବିଷୟରେ ଜାଣିବା....

  •  ସାଧାରଣତଃ ଦେଖାଯାଏ ଯେ ସାଙ୍ଗସାଥୀମାନେ ଡ୍ରେସ୍‌ ଶେୟାରିଂ କରି ପିନ୍ଧିଥାନ୍ତି। ଏହା  ଏକ  ନିଆରା ଆନନ୍ଦ ଦେଇଥାଏ। କିନ୍ତୁ କଣ ଜାଣନ୍ତି କି, ଏହି ଡ୍ରେସ୍‌ ଦ୍ୱାରା ହିଁ ନକାରାତ୍ମକ ଶକ୍ତି ବେଶି ଉତ୍ପନ୍ନ ହୋଇଥାଏ। ଅର୍ଥାତ୍‌ ଯଦି ଜଣଙ୍କ ଉପରେ ନକାରାତ୍ମକ ପ୍ରଭାବ ରହିଥାଏ ଓ ତାଙ୍କଠାରୁ ଡ୍ରେସ୍‌ ମାଗିକି ଆଣି କେହି ପିନ୍ଧନ୍ତି, ତେବେ ସେହି ନକାରାତ୍ମକ ପ୍ରଭାବ ତାଙ୍କଠାରୁ ଅନ୍ୟ ଜଣଙ୍କ ପାଖକୁ ଚାଲିଯାଏ। ତେଣୁ ବାସ୍ତୁଶାସ୍ତ୍ର ଅନୁଯାୟୀ,  ଅନ୍ୟ ଠାରୁ ପୋଷାକ ଆଣି ବ୍ୟବହାର କରିବା ଅନୁଚିତ୍।
  •  ଅନ୍ୟଠାରୁ ମୁଦି ମାଗି ଆଣି ବ୍ୟବହାର କରିବା ବି ଉଚିତ ନୁହେଁ। ଏହାଦ୍ୱାରା ଗ୍ରହ ଦୋଷ ଉତ୍ପନ୍ନ ହୋଇଥାଏ ବୋଲି ବିଶ୍ୱାସ କରାଯାଏ।
  • ଜୋତା, ଚପଲ ବ୍ୟବହାର କରିବା ବି ବହୁ ସମସ୍ୟାକୁ ଡାକି ଆଣିଥାଏ। ଯେମିତି କି ସ୍ବାସ୍ଥ୍ୟରେ ଅବନତି, ଆର୍ଥିକ ସମସ୍ୟା,  ଗୃହରେ କ୍ଲେଶ ଇତ୍ୟାଦି। ତେଣୁ ଅସୁବିଧାରେ ଥିଲେ ମଧ୍ୟ କାହାଠାରୁ ଜୋତା, ଚପଲ ମାଗିଆଣି ବ୍ୟବହାର କରନ୍ତୁ ନାହିଁ। 
     
  • ସମସ୍ତେ ସାଧାରଣତଃ ହାତରେ ଘଣ୍ଟା ପିନ୍ଧିଥାନ୍ତି। ହାତରେ ପିନ୍ଧାଯାଇଥିବା ଘଣ୍ଟା କେବଳ ସମୟ ଜଣାଏ ନାହିଁ, ଏହା ବ୍ୟକ୍ତିଙ୍କର ଭଲମନ୍ଦ ସମୟ ବିଷୟରେ ବି ଅନେକ ସୂଚନା ଦେଇଥାଏ। ଏପରି କ୍ଷେତ୍ରରେ ଅନ୍ୟଠାରୁ ଘଣ୍ଟା ମାଗିଆଣି ପିନ୍ଧିବାଦ୍ୱାରା, ତାଙ୍କର ଭାଗ୍ୟଦୋଷ ଅନ୍ୟ ଜଣଙ୍କୁ ଭୋଗିବାକୁ ପଡିଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ଅଛି।