ପ୍ରବାସୀ ଭାରତୀୟ ଦିବସ ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

 ଭୁବନେଶ୍ୱର: ପ୍ରଥମ ଥର ପାଇଁ ଓଡ଼ିଶାରେ ଆୟୋଜିତ ହେବାକୁ ଯାଉଛି ‘ପ୍ରବାସୀ ଭାରତୀୟ ଦିବସ’ । ଆସନ୍ତା ବର୍ଷ ଜାନୁଆରୀ ୮ରୁ ୧୦ ତାରିଖ ତିନି ଦିନ ଧରି ଭୁବନେଶ୍ୱରରେ ଅନୁଷ୍ଠିତ ହେବ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ । କାର୍ଯ୍ୟକ୍ରମକୁ ଆକର୍ଷଣୀୟ ଓ ସଫଳ କରିବା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇଛନ୍ତି । ଏ ନେଇ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ପ୍ରସ୍ତୁତି ସମୀକ୍ଷା କରିଥିଲେ । ସମୀକ୍ଷାରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ,  ବିଶ୍ୱ ଦରବାରରେ ଓଡିଶାକୁ  ପ୍ରତିଷ୍ଠିତ କରିବା ପାଇଁ  ଏହା ଏକ ସୁବର୍ଣ୍ଣ ସୁଯୋଗ ।  ପ୍ରଧାନମନ୍ତ୍ରୀ ମଧ୍ୟ ଏହି କାର୍ଯ୍ୟକ୍ରମ ଉପରେ ଅତ୍ୟନ୍ତ ଗୁରୁତ୍ୱ ଆରୋପ କରୁଛନ୍ତି । ତେଣୁ ଏହାକୁ ଅତ୍ୟନ୍ତ ଆକର୍ଷଣୀୟ ଓ ତ୍ରୁଟିଶୂନ୍ୟ ଭାବେ ଆୟୋଜିତ କରି ସମଗ୍ର ବିଶ୍ୱ ଦରବାରରେ ଓଡିଶାର ଭାବମୂର୍ତ୍ତିକୁ ଉଜ୍ୱଳ କରିବା ପାଇଁ ସେ ପରାମର୍ଶ ଦେଇଥିଲେ । ବିଶେଷ କରି ସହରର ସ୍ୱଚ୍ଛତା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ । ଭୁବନେଶ୍ୱରର ସଚ୍ଛତା ଅନ୍ତର୍ଜାତୀୟ ସ୍ତରର ହେବା ଆବଶ୍ୟକ ବୋଲି ସେ କହିଥିଲେ ।   ଏହି କାର୍ଯ୍ୟକ୍ରମର ପ୍ରଥମ ଦିନରେ ବୈଦେଶିକ ବ୍ୟାପାର ମନ୍ତ୍ରୀ, ଦ୍ୱିତୀୟ ଦିନରେ  ପ୍ରଧାନମନ୍ତ୍ରୀ ଓ ଶେଷ ଦିନ ଜାନୁଆରୀ ୧୦ ତାରିଖରେ ରାଷ୍ଟ୍ରପତି ଯୋଗଦାନ ଦେବାର କାର୍ଯ୍ୟକ୍ରମ ରହିଛି । କାର୍ଯ୍ୟକ୍ରମରେ ‘ଟଦ୍ଭକ୍ସବଙ୍ଖରକ୍ଷସଦ୍ଭଶ ଓଦ୍ଭୟସବ’ଗ୍ଦ ଈରଗ୍ଦଗ୍ଧ କରକ୍ଟ୍ରଗ୍ଧ ଝରମକ୍ସରଗ୍ଧ’ ଏବଂ ‘ଙୟସଗ୍ଦଷବ - ଗ୍ଧଷର ଖବଦ୍ଭୟ କ୍ଟଲ ଙକ୍ଟ୍ରକ୍ଟ୍ରକ୍ଟକ୍ସଗ୍ଧଙ୍କଦ୍ଭସଗ୍ଧସରଗ୍ଦ’ ଆଦି ବିଷୟ ଉପରେ ଚକ୍ଷରଦ୍ଭବକ୍ସଚ୍ଚ ଝରଗ୍ଦଗ୍ଦସକ୍ଟଦ୍ଭ ଅନୁଷ୍ଠିତ ହେବ । ଏହା ସହିତ ଓଡିଶାର ଐତିହାସିକ ଗୌରବ, କଳା, ଭାସ୍କର୍ଯ୍ୟ, ସଂଗୀତ, ନୃତ୍ୟ, ଆଦିବାସୀ ସଂସ୍କୃତି, ଭାଷା, ସାହିତ୍ୟ, ପର୍ଯ୍ୟଟନ ସ୍ଥାନ ଆଦି ବିଭିନ୍ନ ବିଷୟ ଉପରେ ଡିଜିଟାଲ ଓ ଅନ୍ୟାନ୍ୟ ମାଧ୍ୟମରେ ଉପସ୍ଥାପନ କରାଯିବ । ୨୦୩୬ ଓ ୨୦୪୭କୁ ଦୃଷ୍ଟିରେ ରଖି ଓଡିଶାର ଭିଜନକୁ ମଧ୍ୟ ପ୍ରଦର୍ଶନ କରାଯିବ ।
ଏହି ସମୟରେ ଭୁବନେଶ୍ୱରରେ ପ୍ରାୟ ୧୦ଟି ମହୋତ୍ସବ ଆୟୋଜିତ ହେବ । ଏହି ସବୁ ଉତ୍ସବ ଗୁଡିକ ହେଉଛି ରାଜାରାଣୀ ମୁ୍ୟଜିକ ଫେଷ୍ଟିଭାଲ । ଯାହା ଜାନୁଆରୀ ୭ରୁ ୧୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ସେହିପରି ମୁକ୍ତେଶ୍ୱର ଡ୍ୟାନ୍ସ ଫେଷ୍ଟିଭାଲ ୭ ରୁ ୧୧ ପର୍ଯ୍ୟନ୍ତ, ଇଣ୍ଟରନ୍ୟାସନାଲ ଓଡିଶୀ ଡ୍ୟାନ୍ସ ଫେଷ୍ଟିଭାଲ ୭ ରୁ ୧୧ ପର୍ଯ୍ୟନ୍ତ, ଆଦିବାସୀ ନୃତ୍ୟ ଓ ଲୋକକଳା ଫେଷ୍ଟିଭାଲ ୭ ରୁ ୧୧ ପର୍ଯ୍ୟନ୍ତ, ଆଦିବାସୀ ମେଳା ୫ ରୁ ୧୫ ପର୍ଯ୍ୟନ୍ତ, ଚିଲିକା ବାର୍ଡ ଫେଷ୍ଟିଭାଲ ୬ ରୁ ୧୨ପର୍ଯ୍ୟନ୍ତ, ଫ୍ଲାୱାର ସୋ ୭ ରୁ ୧୧ପର୍ଯ୍ୟନ୍ତ, ଫୁଡ୍ ଫେଷ୍ଟ  ୮ ରୁ ୧୦ପର୍ଯ୍ୟନ୍ତ ଏବଂ ନାଇଟ୍ ଫ୍ଲି ମାର୍କେଟ ଜାନୁଆରୀ ୮ରୁ ୧୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ଗଠିତ ହେଇଥିବା ବିଭିନ୍ନ କମିଟି ନିୟମିତ ବୈଠକ କରି ପ୍ରସ୍ତୁତିକୁ ତ୍ୱରାନ୍ୱିତ କରୁଛନ୍ତି ।  ଏହି ବୈଠକରେ ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡା, ନଗର ଉନ୍ନୟନ ଓ ଗୃହ ନିର୍ମାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ପୂର୍ତ୍ତ ଓ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ପୋଲିସ ମହାନିଦେ୍ର୍ଦଶକ ୱାଇ.ବି ଖୁରାନିଆ ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ ।