ଲୋକସେବା ଭବନରେ ପ୍ରାକ୍ ବଜେଟ୍ ବୈଠକ
ପ୍ରାକ୍ ବଜେଟ୍ ବୈଠକ । ଲୋକସେବା ଭବନରେ ପ୍ରାକ୍ ବଜେଟ୍ ବୈଠକ ଚାଲିଛି । ଏହା ପୂର୍ବରୁ ଅର୍ଥ ବିଭାଗ ପକ୍ଷରୁ ସାଧାରଣ ଲୋକଙ୍କ ମତାମତ ବି ଲୋଡାଯାଇଛି । ୨୦୨୪-୨୦୨୫ ବର୍ଷରେ ୨ ଲକ୍ଷ ୬୫ ହଜାର କୋଟି ଟଙ୍କାର ବଜେଟ ହୋଇଥିବା ବେଳେ ଏଥର ପରିମାଣ ବଢିପାରେ । ଆଥିର୍କ ବର୍ଷ ୨୦୨୫-୨୬ ପାଇଁ ଆସନ୍ତା ଫେବ୍ରୁଆରି ୧୩ ତାରିଖରୁ ଓଡ଼ିଶା ସରକାରଙ୍କର ବଜେଟ୍ ଅଧିବେଶନ ଆରମ୍ଭ ହେବ ।
ରାଜ୍ୟ ସରକାର ଫେବ୍ରୁଆରି ୧୭ ତାରିଖରେ ସାଧାରଣ ବଜେଟ୍ ଉପସ୍ଥାପନ କରିବେ। ଅର୍ଥ ବିଭାଗର ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ବଜେଟ୍ ଉପସ୍ଥାପନ କରିବେ । ବିକଶିତ ଓଡ଼ିଶା ଗଠନ ପାଇଁ ସ୍ଲୋଗାନ ଦେଉଥିବା ମୋହନ ସରକାର ଆଗାମୀ ଆର୍ଥିକ ବର୍ଷ ପାଇଁ କେଉଁ କ୍ଷେତ୍ରକୁ ଅଧିକ ଫୋକସ କରିବେ, ସେନେଇ ବସିଛି ଗୁରୁତ୍ବପୂର୍ଣ୍ଣ ବୈଠକ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଚାଲିଛି ବିଚାରବିମର୍ଶ। ବୈଠକରେ ଅର୍ଥନୀତି ବିଶେଷଜ୍ଞଙ୍କ ସହ ପୂର୍ବତନ ଅର୍ଥମନ୍ତ୍ରୀ ସାମିଲ ହୋଇଛନ୍ତି ।