ଫ୍ରେବୁଆରି ୧୮ରୁ ଯୁକ୍ତ୨ ବାର୍ଷିକ ପରୀକ୍ଷା

ଫ୍ରେବୁଆରି ୧୮ରୁ ଯୁକ୍ତ୨ ବାର୍ଷିକ ପରୀକ୍ଷା

ଭୁବନେଶ୍ୱର : ଘୋଷଣା ହେଲା ଯୁକ୍ତ ଦୁଇ ପରୀକ୍ଷା ତାରିଖ । ଆସନ୍ତା ଫ୍ରେବୁଆରି ୧୮ ତାରିଖରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରିକ୍ଷା । ଫ୍ରେବୁଆରି ୧୮ରୁ ମାର୍ଚ୍ଚ ୨୧ ଯାଏଁ ହେବ ଯୁକ୍ତ ଦୁଇ ପରୀକ୍ଷା । ପରୀକ୍ଷା ତାରିଖ ଘୋଷଣା କଲେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ । ଚଳିତ ବର୍ଷ ମୋଟ ୪ ଲକ୍ଷ ୭୩୭ ଜଣ ଛାତ୍ରଛାତ୍ରୀ ପରିକ୍ଷା ଦେବେ । ମୋଟ ୧୩୫୦ଟି କେନ୍ଦ୍ରରେ ହେବ ପରିକ୍ଷା । ତେବେ ପ୍ରାକ୍ଟିକାଲ ପରୀକ୍ଷା ଜାନୁଆରି ୨ରୁ ଆରମ୍ଭ ହୋଇ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହାପରେ ଥିଓରି ପରୀକ୍ଷା ଚାଲିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ଡିସେମ୍ବର ୧୫ ତାରିଖ ସୁଦ୍ଧା ସମସ୍ତ ଛାତ୍ରଛାତ୍ରୀଙ୍କୁ ମିଳିବ ଆଡମିଟ୍‌ କାର୍ଡ । ଚଳିତ ବର୍ଷ ସମସ୍ତ ୨୧୦ଟି ପରୀକ୍ଷା କେନ୍ଦ୍ରରେ ରହିବ ଏଆଇ କ୍ୟାମେରା । ପ୍ରଥମ ଥର ପାଇଁ ପ୍ରାକ୍ଟିକାଲ୍‌ ପରୀକ୍ଷାରେ ୱେବ କାଷ୍ଟର ବ୍ୟବହାର କରାଯିବ  । ୪୦ ଦିନରେ ରେଜଲ୍ଟ ବାହାରିବ, କପି ରୋକିବା ପାଇଁ  ଏଆଇର ସହାୟତା ନିଆଯିବ ।