୭୭ ଡିଲରଙ୍କ ଲାଇସେନ୍ସ ବାତିଲ  

୭୭ ଡିଲରଙ୍କ ଲାଇସେନ୍ସ ବାତିଲ  

ଭୁବନେଶ୍ୱର : ସାର କଳାବଜାର ଓ ବେଆଇନ ବିକ୍ରି ରୋକିବାକୁ ସରକାରଙ୍କ କଡା ଆକ୍ସନ । ଏନ୍‌ଫୋର୍ସମେଣ୍ଟ ସ୍କାଡ୍‌ ଦ୍ୱାରା ରାଜ୍ୟରେ ୭୦୦୧ଟି ସାର ବିକ୍ରୟ କେନ୍ଦ୍ରରେ ଚଢ଼ାଉ କରାଯାଇଛି । ୨୦୧୧ଜଣ ନିୟମ ଉଲ୍ଲଘଂନକାରୀ ବିକ୍ରେତାଙ୍କୁ ହୋଇଛି କାରଣ ଦର୍ଶାଅ ନୋଟିସ୍‌ । ସେହିପରି ୩୫ଟି ସାର ଦୋକାନରେ ବିକ୍ରି ବନ୍ଦ ସହ ୧୨ଟି ଦୋକାନରୁ ବିକ୍ରି ସାମଗ୍ରୀ ଜବତ କରାଯାଇଛି । ଅନ୍ୟପଟେ ୫ଟି ସାର  ବିକ୍ରେତାଙ୍କ ନାଁରେ ଅପରାଧିକ ମାମଲା ରୁଜୁ କରାଯାଇଛି ଏବଂ ୭୭ଜଣ  ଡିଲରଙ୍କ ଲାଇସେନ୍ସ ବାତିଲ ହୋଇଛି। ବିଧାନସଭା ଗୃହରେ ଅରବିନ୍ଦ ମହାପାତ୍ରଙ୍କ ପ୍ରଶ୍ନରେ ଉତ୍ତର ରଖି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ସୂଚନା ଦେଇଛନ୍ତି ।