୧୦ରୁ କଂଗ୍ରେସ ରାଜ୍ୟବ୍ୟାପୀ ଆନ୍ଦୋଳନ

ଭୁବନେଶ୍ୱର : ୧୦ରୁ କଂଗ୍ରେସର ରାଜ୍ୟବ୍ୟାପୀ ଆନ୍ଦୋଳନ । ରାଜ୍ୟରେ ମହିଳାଙ୍କ ପ୍ରତି ଅତ୍ୟାଚାର ପ୍ରତିବାଦରେ ଆନ୍ଦୋଳନ କରାଯିବ । ଏନେଇ କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ ସୂଚନା ଦେଇଛନ୍ତି । ସବୁ ଜିଲ୍ଲପାଳ ଏବଂ ଭୁବନେଶ୍ୱର ଏଡିଏମ୍ ଅଫିସ ଆଗରେ ବିକ୍ଷୋପ କରିବ କଂଗ୍ରେସ ।
ଶୁକ୍ରବାରଠାରୁ ସପ୍ତଦଶ ବିଧାନସଭାର ୩ୟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଥିବାବେଳେ ଗୃହ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି । ଗୃହରେ ବିଜେଡି ଓ କଂଗ୍ରେସ ବିଧାୟକମାନେ ଜୋରଦାର ହଙ୍ଗାମା କରିଛନ୍ତି । ବିଜୁବାବୁଙ୍କୁ ଅସମ୍ମାନ ପ୍ରତିବାଦରେ ବିଜେଡି ପ୍ଲାକାର୍ଡ ଧରି ପ୍ରତିବାଦ କରିଥିବାବେଳେ କଂଗ୍ରେସ ମହିଳା ଅତ୍ୟାଚାର ବିରୋଧରେ ହଟ୍ଟଗୋଳ କରିଛି । ଯେଉଁଥିପାଇଁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବାଚସ୍ପତି ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ।