ଓଡିଶା ପାଇଁ ଫ୍ୟାକକ୍ଟ ଫାଇଣ୍ଡିଂ ଟିମ୍ ଗଠନ କଲା ଏଆଇସିସି
ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ କଂଗ୍ରେସ ନେତା ଯେମିତି ବିଜୟୀ ନେଇ ଦମ୍ଭୋକ୍ତି ଦେଖାଉଥିଲେ ଫଳ କିନ୍ତୁ ଓଲଟା ମିଳିଲା । କେଉଁ କାରଣ ପାଇଁ ଓଡିଶାରେ କଂଗ୍ରେସର ପ୍ରଦର୍ଶନ ଏତେଟା ଭଲ ହେଲା ନାହିଁ । ଏହାର କାରଣ ଖୋଜିବାକୁ ଏଆଇସିିସି ଦୁଇ ନେତାଙ୍କୁ ନେଇ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ କରିଛି । କଂଗ୍ରେସ ଅଧ୍ୟକ୍ଷ ମଲ୍ସିକାର୍ଜୁନ ଖଡଗେଙ୍କ ନେତୃତ୍ୱରେ ଏହି ଟିମ୍ ଗଠନ ହୋଇଛି । ଏଆଇସିସିର ବରିଷ୍ଠ ନେତା ଅଜୟ ମାକେନ ଏବଂ ତାରିକ ଅନୱାର ଏହାର ଅନୁସନ୍ଧାନ କରିବେ । ଦଳ ଚଳିତ ଥର ନିର୍ବାଚନରେ ୯ରୁ ୯୦ ନାରା ଦେଇଥିଲା ।
ରାଜ୍ୟରେ ସରକାର ଗଢିବ ବୋଲି ଦାବି କରୁଥିଲା । କିନ୍ତୁ ୧୪ଟି ବିଧାନସଭା ଆସନରେ ବିଜୟୀ ହୋଇଥିବା ବେଳେ ଗୋଟିଏ ସାଂସଦ ଆସନ ଜିତିଛି କଂଗ୍ରେସ । ରାଜ୍ୟରେ ଶାସକ ଦଳ ବିଜେଡି ବିରୋଧରେ ଗୋଟିଏ ବାଡ ହାୱା ରହିଥିଲା । ଯାହାର ଫାଇଦା ନେଇପାରିଛି ବିଜେପି । କିନ୍ତୁ କଂଗ୍ରେସ କାହିଁକି ଏହାର ଲାଭ ଉଠାଇ ନପାରିଲା ତାର କାରଣ ଖୋଜିବ ଏଆଇସିସିର ଏହି ଟିମ୍ । ସେହିପରି ଟିକେଟ୍ ବଂଟନ ବେଳେ ଟଂକା କାରବାର ହୋଇଥିବା ନେଇ ଅଭିଯୋଗ ରହିଛି । ଅନେକ ସ୍ଥାନରେ ବିଳମ୍ବରେ ପ୍ରାର୍ଥୀ ଦିଆଯାଇଥିବା ମଧ୍ୟ ଅଭିଯୋଗ ରହିଛି ।