୨୩ରେ ବିଜେଡିର ବିଧାନସଭା ଘେରାଉ

୨୩ରେ  ବିଜେଡିର ବିଧାନସଭା ଘେରାଉ

ଭୁବନେଶ୍ଵର : ଆସନ୍ତା ୨୩ ତାରିଖରେ ବିଜେଡି କରିବ ବିଧାନସଭା ଘେରାଉ । ପଞ୍ଚାୟତିରାଜ ବ୍ୟବସ୍ଥାରେ ଜନପ୍ରତିନିଧିଙ୍କ କ୍ଷମତାକୁ ସଙ୍କୁଚିତ କରାଯାଉଥିବା ଅଭିଯୋଗରେ ଘେରାଉ କରାଯିବ ।  ଏଥିରେ ସରପଞ୍ଚ, ସମିତି ସଭ୍ୟ, ୱାର୍ଡମେମ୍ବର, ଜିଲ୍ଲା ପରିଷଦ ସଦସ୍ୟ, ବ୍ଲକ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଗ୍ରାମ ମୁଖିଆ ତଥା ଅନ୍ୟ ଜନପ୍ରତିନିଧିମାନେ ସାମିଲ ହେବେ। । ଏନେଇ  ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛି ବିଜେଡି। ଏହି ସମ୍ମିଳନୀରେ ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର, ବିଧାୟକ ଅରୁଣ ସାହୁ ଓ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଉପସ୍ଥିତ ଥିଲେ ।