ଯୁବକଙ୍କ ମୃତୁ୍ୟ ଘଟଣାରେ ୫ ଗିରଫ 

 ବୁଗୁଡା : ବୁଗୁଡ଼ା ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମର ଖଦାଳ ସାହିରେ ଥଟ୍ଟାମଜାରୁ ଗଣ୍ଡଗୋଳ ଏବଂ କାଠ ଫାଳିଆରେ ମିଳିତ ଆକ୍ରମଣ ଯୋଗୁଁ ଯୁବକ ଅଭିମନୁ୍ୟ ନାଇକଙ୍କ ମୃତୁ୍ୟ ଘଟଣାରେ ଜଡିତ ୫ ଜଣଙ୍କୁ ପୋଲିସ ଗିରଫ କରିଥିବା ନେଇ ଆଇଆଇସି ସୀତାଂଶୁ ଶେଖର ମାନ୍ଧାତାଙ୍କଠାରୁ ଜଣାଯାଇଛି ।  ଗିରଫ ଅଭିଯୁକ୍ତମାନେ ହେଲେ ବାବୁଲା ନାଇକଙ୍କ, ସିମାଞ୍ଚଳ ନାଇକ, ଯାଜ୍ଞସେନୀ ନାଇକ,ବାବୁଲା ନାଇକଙ୍କ ସ୍ତ୍ରୀ ସଞ୍ଜୁ ନାଇକ ଓ ବିଶୁ ନାଇକଙ୍କ ପନôୀ ସଞ୍ଜୁ ନାଇକ । ପ୍ରକାଶ ଯେ, ଗତ ଶୁକ୍ରବାର ଅପରାହ୍ନରେ ବଳରାମ ତାଙ୍କର ସମ୍ପର୍କୀୟଙ୍କ ଘରେ ଥଟ୍ଟାମଜା କରୁଥିବା ବେଳେ ତାହା ଭୟଙ୍କର ଗଣ୍ଡଗୋଳରେ ପରିଣତ ହୋଇଥିଲା । ସେ ସମ୍ପର୍କୀୟଙ୍କ ମିଳିତ ଆକ୍ରମଣରେ ଆହତ ହୋଇ ଘରକୁ ଫେରିଥିଲେ । ରାତି ପ୍ରାୟ ଦଶଟା ବେଳକୁ ବଳରାମଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା । ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବୁଗୁଡା ମେଡିକାଲକୁ ଅଣାଯାଇଥିଲା । ସେଠାରେ ଚିକିସôାଧିନ ଅବସ୍ଥାରେ ଶନିବାର ଭୋର ଚାରିଟା ବେଳେ ତାଙ୍କର ମୃତୁ୍ୟ ଘଟିଥିଲା । ଏ ନେଇ ମୃତକଙ୍କ ପନôୀଙ୍କ ଅଭିଯୋଗ କ୍ରମେ ପୁଲିସ ଏକ ମାମଲା ରୁଜୁ କରିଥିଲା । ଏଥି ସହ ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଜାରି ରଖିଥିଲା ।