ଆକ୍ସନ ମୋଡ୍ ରେ ଅବକାରୀ କମିଶନର ରାଜ୍ୟସାରା ମଦ ମାଫିଆଙ୍କ ବିରୁଦ୍ଧରେ ସ୍ୱତନ୍ତ୍ର ଧରପଗଡ 


ାା ପ୍ରଭାନୁ୍ୟଜ୍ ।ା ଭୁବନେଶ୍ୱର: ଗଞ୍ଜାମ ମଦ ମୃତୁ୍ୟ ପରେ ଚେତିଛି ଅବକାରୀ ବିଭାଗ । ଆକ୍ସନ ମୋଡ୍ରେ ମୋହନ ସରକାର । ରାଜ୍ୟରେ ଚୋରା ମଦ ବେପାରୀଙ୍କୁ ଆଉ ତ୍ରାହୀ ନାହିଁ । ଯାହାକୁ ନେଇ ଅବକାରୀ ମନ୍ତ୍ରୀଙ୍କ କଡା ନିଦେ୍ର୍ଦଶକ୍ରମେ ଓଡ଼ିଶା ଅବକାରୀ ବିଭାଗ ଆରମ୍ଭ କରିଛି ଚୋରା ମଦ ଧରପଗଡ଼ । ଅବକାରୀ ଆୟୁକ୍ତ ନରସିଂହ ଭୋଳଙ୍କ ନିଦେ୍ର୍ଦଶରେ ସପ୍ତାହବ୍ୟାପୀ ସ୍ୱତନ୍ତ୍ର ଅଭିଯାନର ତୃତୀୟ ଦିନରେ ଅବକାରୀ ବିଭାଗ ତରଫରୁ ରାଜ୍ୟର ବିଭିନ୍ନ ଅବକାରୀ ଥାନା ଅଧିନରେ ଥିବା ଚୋରା ଦେଶୀରନ୍ଧା ମଦ ପ୍ରସ୍ତୁତ କରାଯାଉଥିବା ସ୍ଥାନଗୁଡ଼ିକରେ ଚଢ଼ାଉ ଜାରି ରହିଛି । ୩ ଦିନ ମଧ୍ୟରେ ୯୮୪ଟି ଅବକାରୀ ମାମଲା ରୁଜୁ କରାଯିବା ସହିତ ୫୯୯ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ତେବେ ୫୫୮୩୨ ଲିଟର ଚୋରା ଦେଶୀ ରନ୍ଧା ମଦ ଓ ୩୮୧୬୦ କିଗ୍ରା ପୋଚ ଜବତ କରାଯାଇଥିଲା । ବେଆଇନ ଚୋରା ମଦ ପରିବହନରେ ବ୍ୟବହୃତ ହୋଇଥିବା ୫୦ଟି ଗାଡ଼ି ଜବତ ମଧ୍ୟ କରାଯାଇଥିଲା । ଏଥିନେଇ ୩୦ଜଣ ଗାଡ଼ି ମାଲିକଙ୍କୁ ଗିରଫ କରାଯାଇଛି । ତେବେ ଅନ୍ୟ ଗାଡ଼ି ମାଲିକଙ୍କ ଚୋରା ମଦ କାରବାରରେ ସମ୍ପୃକ୍ତ ଅଛନ୍ତି କି ନାହିଁ ଯାଞ୍ଚ କରାଯାଇ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିଷ୍ପତ୍ତି ହୋଇଛି । ଜବତ ଚୋରା ମଦ ଏବଂ ଗାଡ଼ିଗୁଡ଼ିକର ଆନୁମାନିକ ମୂଲ୍ୟ ୬ କୋଟି ହେବ ବୋଲି ସୂଚନା ମିଳିଛି ।
ଭୁବନେଶ୍ୱର ତମାଣ୍ଡୋ  ଅବକାରୀ ଥାନା ଅଞ୍ଚଳରେ ୫ଟି ଦେଶୀ ରନ୍ଧା ମଦ ଜବତ ହୋଇଥିବାବେଳ ୬ଜଣଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଏଥିମଧ୍ୟରେ ୨ଜଣ ପେଷାଦାର ଅପରାଧୀ ବିପିନୀ ବିହାରୀ ନାୟକ ଓ ଚକ୍ରଧର ପ୍ରଧାନଙ୍କ ଠାରୁ ଗୋଟିଏ ଅଟୋ ସହିତ ୫୫୦ ଲିଟର ଦେଶୀ ରନ୍ଧା ମଦ ଜବତ କରାଯାଇଛି । ବ୍ୟବହୃତ ମାଲିକଙ୍କୁ ମଧ୍ୟ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି । ସେହିପରି ଗଞ୍ଜାମ ଜିଲ୍ଲାରେ ୧୮ଜଣ ଗିରଫ କରାଯିବା ସହିତ ୬୩୯ ଲିଟର ଦେଶୀ ରନ୍ଧା ମଦ ଜବତ କରାଯାଇଛି । ବେଆଇନ ମଦ ବ୍ୟବସାୟରୁ ସେମାନେ କେତେ ସମ୍ପତ୍ତି ଠୁଳ କରିଛନ୍ତି ତା'ର ତଦନ୍ତ ମଧ୍ୟ ଆରମ୍ଭ କରାଯାଇଛି ।
ଏଥିସହିତ ସମସ୍ତ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନଙ୍କୁ ଚୋରା ମଦ କାରବାର ଉପରେ ଦୀକ୍ଷ୍ଣ ଦୃଷ୍ଟି ରଖାଯାଇ ଚୋରା ମଦ ବେପାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିଦେ୍ର୍ଦଶ ଦିଆଯାଇଛି ।