ଏୟାର ଇଣ୍ଡିଆର ବଡ଼ ନିଷ୍ପତ୍ତି : ବିମାନରେ ହିନ୍ଦୁ ଓ ଶିଖଙ୍କୁ ଦିଆଯିବନି ହଲାଲ ସାର୍ଟିଫାଏଡ୍ ମିଲ୍
Air India will no longer serve 'Halal' certified meals to Hindus & Sikhs
ମୁମ୍ବାଇ : ବିମାନରେ ବିଭିନ୍ନ ଧର୍ମ ଆଧାରରେ ଖାଦ୍ୟ ଦିଆଯିବାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ଏନେଇ ଏୟାର ଇଣ୍ଡିଆ ପକ୍ଷରୁ ଆଜି ବଡ଼ ନିଷ୍ପତ୍ତି ନିଆଯାଇଛି । ବିମାନରେ ଆଉ ହିନ୍ଦୁ ଓ ଶିଖ୍ମାନଙ୍କୁ ଏୟାର ଇଣ୍ଡିଆ ପକ୍ଷରୁ ହଲାଲ ସାର୍ଟିଫାଏଡ଼ ମିଲ୍ ଦିଆଯିବ ନାହିଁ ।
ଗତ ଜୁନ୍ ୧୭ରେ କଂଗ୍ରେସ ସାଂସଦ ମାଣିକମ ଟାଗୋର ଏନେଇ ଉଦବେଗ ପ୍ରକାଶ କରିଥିଲେ । ଏୟାର ଇଣ୍ଡିଆର ଏକ ସ୍କ୍ରିନ୍ ସଟକୁ ସେ ସେୟାର କରିବା ସହ କହିଥିଲେଯେ, ‘ହିନ୍ଦୁ’ ଓ ‘ମୋସଲେମ୍’ ମିଲ୍ କଣ ? ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପଦକ୍ଷେପ ନେଉ ବୋଲି ସେ କହିଥିଲେ।
???? BIG NEWS FOR HINDUS.
AirIndia will no longer serving 'Halal' certified meals to Hindus & Sikhs anymore. pic.twitter.com/rhePsaKs32 — Megh Updates ????™ (@MeghUpdates) November 11, 2024
ସୂଚନାଯୋଗ୍ୟଯେ, ଏୟାର ଇଣ୍ଡିଆରେ ହିନ୍ଦୁ ଓ ମୋସଲେମ୍ ମିଲ୍କୁ ନେଇ ବର୍ଗୀକରଣ କରାଯାଇଥିଲା । ହିନ୍ଦୁ ମିଲ୍ରେ ଉଲ୍ଲେଖ ରହିଥିଲାଯେ, ହିନ୍ଦୁ ସମ୍ପ୍ରଦାୟଙ୍କ ପାଇଁ ଭାରତୀୟ ମେନୁ ହିସାବରେ ଖାଦ୍ୟ ପ୍ରସ୍ତୁତ କରାଯାଉଛି । ଯେଉଁଥିରେ ଚିକେନ, ମାଛ, ଅଣ୍ଡା, ପନିପରିବା ଓ କ୍ଷୀର ଜାତୀୟ ପଦାର୍ଥ ରହିଛି । ସେହିପରି ମୋସଲେମ୍ ମିଲରେ ଉଲ୍ଳେଖ ରହିଥିଲାଯେ, ମୁସଲମାନଙ୍କ ପାଇଁ ସାର୍ଟିଫାଏଡ଼ ହଲାଲ ଚିକେନରେ ଖାଦ୍ୟ ପ୍ରସ୍ତୁତ କରାଯାଇଛି । ସେହିପରି ଏୟାର ଇଣ୍ଡିଆ ଯାତ୍ରୀଙ୍କୁ ଗୋମାଂସ ଦିଆଯାଏ ନାହିଁ ବୋଲି ବି ଉଲ୍ଳେଖ ରହିଥିଲା । ଏହାଛଡ଼ା ଜୈନ, କୋଶେର ମିଲ୍ ଦେବାର ବି ପ୍ରାବଧାନ ରଖିଥିଲା ଏୟାର ଇଣ୍ଡିଆ । ଖାଦ୍ୟରେ କ’ଣ କ’ଣ ଉପାଦାନ ରହିଛି, ତାହା ଉଲ୍ଳେଖ ନକରି ହିନ୍ଦୁ ଓ ମୁସଲିମ୍ ବା ଅନ୍ୟ ଧର୍ମ ନାଁରେ ବାଣ୍ଟିବାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।