ବିଧାନସଭାରେ ତାରା ବାହିନୀପତିଙ୍କ ଷଣ୍ଢ ଚିନ୍ତା: ପଚାରିଲେ ପ୍ରଶ୍ନ
ବିଧାନସଭାରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଷଣ୍ଢ ଚିନ୍ତା । ରାଜ୍ୟର କେଉଁ ଜିଲ୍ଲାରେ କେତେ ଷଣ୍ଢ ଅଛନ୍ତି? ସେମାନଙ୍କ ସଂଖ୍ୟା କେତେ? ଆଉ ଷଣ୍ଢ ବଂଶର ବୃଦ୍ଧି ଲାଗି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ କି ପଦକ୍ଷେପ ନିଆଯାଇଛି ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି । ଏହି ପ୍ରଶ୍ନରେ ଉତ୍ତର ଦେଇ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି ଯେ, ରାଜ୍ୟର ୩୦ ଜିଲ୍ଲାରେ ୨ ଲକ୍ଷ ୩୦ ହଜାର ୪୦୩ ଷଣ୍ଢ ଅଛନ୍ତି । ଆଉ ଷଣ୍ଢ ବଂଶର ବୃଦ୍ଧି ପାଇଁ କୃତ୍ରିମ ପ୍ରଜନନ କରି ୯୦ ପ୍ରତିଶତ ଉନ୍ନତ ମାନର ମାଈ ବାଛୁରୀ ଜନ୍ମ କରାଯାଉଛି । ତେବେ ରାଜ୍ୟରେ ଗତ ପ୍ରାଣୀ ଗଣନା ଅନୁସାରେ, ୨ ଲକ୍ଷ ୬୩ ହଜାର ୮୫୦ ଷଣ୍ଢ ଥିଲେ । ଯାହାକି ଏବେର ତୁଳନାରେ ୩୩ ହଜାରରୁ କମ୍ ବୋଲି ସେ ସୂଚନା ଦେଇଛନ୍ତି ।