ପୋଷାକ ପରିଧାନରେ ମାପିବା ଉଚିତ ନୁହଁ : କୋର୍ଟ

 କେରଳ ହାଇକୋର୍ଟଙ୍କ ବଡ ଟିପ୍ପଣୀ ।  ମହିଳାଙ୍କ ଚରିତ୍ରକୁ ସେମାନଙ୍କ ପୋଷାକ ପରିଧାନରେ ମାପିବା ଉଚିତ ନୁହଁ ବୋଲି କୋର୍ଟ କହିଛନ୍ତି । ଏଥିସହ କୋର୍ଟ କହିଛନ୍ତି ଯଦି ଜଣେ ମହିଳାଙ୍କ ବିବାହ ବିଚ୍ଛେଦ ହେଉଛି ତେବେସେ ଦୁଖି ରହିବେ ଏନେଇ କୌଣସି ଜରୁରୀ ନୁହେଁ । ଏଭଳି ମାନସିକତା ମହିଳା ବିରୋଧୀ ଓ ଲିଙ୍ଗ ପ୍ରଭେଦକୁ ଦର୍ଶାଉଥିବା କହିଛନ୍ତି କୋର୍ଟ ।

ନିକଟରେ ଏକ ଆବେଦନ ଦାୟର ହୋଇଥିଲା ।ଜଣେ ବ୍ୟକ୍ତି ନିଜ ସନ୍ତାନର କଷ୍ଟଡି ପତ୍ନୀଙ୍କୁ ନଦେବାକୁ ଆବେଦନ କରିଥିଲେ । ବ୍ୟକ୍ତିଙ୍କ ଯୁକ୍ତି ଥିଲା ଯେ ତାଙ୍କ ପତ୍ନୀ ବିବାହ ବିଚ୍ଛେଦ ପରେ ସାଠାଣାରେ ପୋଷାକ ପରିଧାନ କରୁନାହାଁନ୍ତି  । ସୋସିଆଲ ମିଡିଆରେ ଛୋଟ ପୋଷାକ ପିନ୍ଧା ଫଟୋ ପୋଷ୍ଟ କରୁଛନ୍ତି ଓ ସାଙ୍ଗସାଥୀଙ୍କ ସହ ପାର୍ଟିରେ ମଜି ରହୁଛନ୍ତି ।  ଜଷ୍ଟିସ ଦେବେନ ରାମଚନ୍ଦ୍ରନ ଓ ଜଷ୍ଟିସ ଏମବି ସ୍ନେହଲାତାଙ୍କ ଦ୍ବାଦ୍ବାରା ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣୀ କରି ଏଭଳି ବଡ ଟିପ୍ପଣୀ ଦେଇଛନ୍ତି