ତିନି ଏକଜିଟ ପୋଲରେ ବିଜେଡ଼ିକୁ ଝଟକା

ExitPoll Odisha

ତିନି ଏକଜିଟ ପୋଲରେ ବିଜେଡ଼ିକୁ ଝଟକା

ଭୁବନେଶ୍ୱର : ଓଡ଼ିଶାକୁ ନେଇ ଏଯାବତ ୩ଟି ଏକଜିଟ ପୋଲ ଆସିଛି  । ଯେଉଁଥିରେ ବିଜେଡ଼ିକୁ ଜୋରଦାର ଝଟକା ଲାଗିଛି  । ଏନଡ଼ିଟିଭି, ଜନକୀବାତ ଓ ଇଣ୍ଡିଆ ଟିଭିର ଏକଜିଟ ପୋଲ ଅନୁଯାୟୀ, ବିଜେପି ୧୫ ଆସନ ପାଇବାର ସମ୍ଭାବନା ରହିଛି  । ଯାହାକି ବିଜେଡ଼ି ଶିବିରକୁ ନିରାଶ କରିଛି  । ତେବେ ଏକଜିଟ ପୋଲ ଏକାଜଟ ପୋଲ ହୋଇନଥିବାରୁ ବିଜେଡ଼ି ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛି  । 

ଏନଡ଼ିଟିଭି : ବିଜେପି ୧୫, ବିଜେଡି ୩ରୁ ୮
ଏନଡ଼ିଟିଭି ମଧ୍ୟ ବିଜେପି ଅଧିକ ଆସନ ପାଇବ ବୋଲି ଆକଳନ କରିଛି  । ଏନଡ଼ିଟିଭିର ସର୍ଭେ ଅନୁଯାୟୀ ବିଜେପି ୧୫ଟି ଆସନ ପାଇବ  । ଯେତେବେଳେକି ବିଜେଡ଼ିକୁ ୩ରୁ ୮ ଆସନ ମିଳିବାର ସମ୍ଭାବନା ରହିଛି  ।
  
ଜନକୀ ବାତ : ବିଜେପି ୧୫ରୁ ୧୮, ବିଜେଡ଼ି ୩ରୁ ୭
ଜାତୀୟ ଗଣମାଧ୍ୟମ ପକ୍ଷରୁ କରାଯାଇଥିବା ଏକଜିଟ ପୋଲ ଅନୁଯାୟୀ, ବିଜେଡ଼ି ତୁଳନାରେ ଓଡ଼ିଶାରେ ବିଜେପି ଭଲ ପ୍ରଦର୍ଶନ କରିବ  । ବିଜେପିକୁ ୧୫ରୁ ୧୮ ଆସନ ମିଳିବାର ଥିବାବେଳେ ବିଜେଡ଼ିକୁ ୩ରୁ ୭ ଆସନ ମିଳିବ  । କଂଗ୍ରେସ କିଛି ଆସନ ପାଇବ ନାହିଁ ବୋଲି ଏହି ଆକଳନରୁ ଜଣାପଡ଼ିଛି  । 

ଇଣ୍ଡିଆ ଟିଭି : ବିଜେପି ୧୫ରୁ ୧୭, ବିଜେଡ଼ି ୪ରୁ ୬
ଇଣ୍ଡିଆ ଟିଭିର ଏକଜିଟ ପୋଲ ପ୍ରକାଶ ପାଇଛି  । ଓଡ଼ିଶା ନେଇ ସଂପୃକ୍ତ ସଂସ୍ଥା ପକ୍ଷରୁ ଆକଳନ କରାଯାଇଛି  । ବିଜେପିକୁ ୧୫ରୁ ୧୭, ବିଜେଡ଼ିକୁ ୪ରୁ ୬ ଓ କଂଗ୍ରେସକୁ ଗୋଟିଏ ଆସନ ମିଳିବ ବୋଲି ଅନୁମାନ କରାଯାଉଛି  । ଗତ ୨୦୧୯ ନିର୍ବାଚନରେ ବିଜେଡ଼ି ୧୨, ବିଜେପି ୮ ଓ କଂଗ୍ରେସ ଗୋଟିଏ ଆସନରେ ବିଜୟୀ ହୋଇଥିଲା  ।