୨୦୩୦ ସୁଦ୍ଧା ୧୫୬୦୩ ମେଗାୱାଟ୍‌ ଶକ୍ତି ଉତ୍ପାଦନ : କେଭି

Kanvardhan singhdeo

୨୦୩୦ ସୁଦ୍ଧା ୧୫୬୦୩ ମେଗାୱାଟ୍‌ ଶକ୍ତି ଉତ୍ପାଦନ : କେଭି

ଦିଲ୍ଲୀରେ ଶକ୍ତିମନ୍ତ୍ରୀ ସମ୍ମିଳନୀ
୧୦ ହଜାର ମେଗାୱାଟ ଛୁଇଁବ ଅକ୍ଷୟ ଶକ୍ତି
ଶ୍ରେଷ୍ଠ ୧୦ରେ ଟିପିସିଓଡିଏଲ, ଟିପିଡବ୍ଳ୍ୟୁଓଡିଏଲ, ଟିପିଏନଓଡିଏଲ

ଭୁବନେଶ୍ୱର : ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆଜି ନୂଆଦିଲ୍ଲୀର ଯଶୋଭୂମି ଠାରେ ଶକ୍ତିମନ୍ତ୍ରୀଙ୍କ ସମ୍ମିଳନୀରେ ଯୋଗ ଦେଇଛନ୍ତି  । ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ ମଧ୍ୟ ସମ୍ମିଳନୀରେ ଉପସ୍ଥିତ ଥିଲେ  । ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ନୂଆଦିଲ୍ଲୀରେ ଶକ୍ତିମନ୍ତ୍ରୀଙ୍କ ସମ୍ମିଳନୀରେ ଓଡିଶାର ଶକ୍ତି କ୍ଷେତ୍ରକୁ ସୁଦୃଢ କରିବାକୁ ଥିବା ଯୋଜନା ବିଷୟରେ ଉପସ୍ଥାପନ କରିଥିଲେ  ।

ବିଦ୍ୟୁତ ବିତରଣରେ ପିପିପି ମଡେଲଗୁଡିକର ସଫଳ ରୂପାୟନ ରାଜ୍ୟର ଚାରୋଟି ବିଦ୍ୟୁତ ବିତରଣ କମ୍ପାନୀଙ୍କ କାର୍ଯ୍ୟ ଦକ୍ଷତା ଓ ଆର୍ଥିକ କ୍ଷମତାକୁ ସୁଦୃଢ କରିଛି  । ଶକ୍ତି ମନ୍ତ୍ରାଳୟର ମୂଲ୍ୟାୟନ ଅନୁଯାୟୀ ଶ୍ରେଷ୍ଠ ୧୦ ପ୍ରଦର୍ଶନକାରୀଙ୍କ ମଧ୍ୟରେ ଟିପିସିଓଡିଏଲ, ଟିପୀଡବ୍ଳ୍ୟୁଓଡିଏଲ, ଟିପିଏନଓଡିଏଲ ସ୍ଥାନ ପାଇଛନ୍ତି  । ପୁନରୁଦ୍ଧାର ବିତରଣ କ୍ଷେତ୍ର ଯୋଜନା (ଆରଡିଏସଏସ) ଅନ୍ତର୍ଗତ ୩୦୬୯ କୋଟି ଟଙ୍କାର ପ୍ରାକୃତିକ ବିପର୍ଯ୍ୟୟ ନିରୋଧୀ ବିଦ୍ୟୁତ ଭିତ୍ତିଭୂମି ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ଦ୍ୱାରା ସମୀକ୍ଷା କରାଯାଉଛି ବୋଲି ଶ୍ରୀ ସିଂହଦେଓ କହିଛନ୍ତି  । 

ସେହିପରି ଓଡିଶା ୮୮୫୬ ମେଗାୱାଟ୍‌ ବିଦ୍ୟୁତ ଉତ୍ପାଦନ କରି ନାଗରିକଙ୍କ ଶକ୍ତି ନିରାପତ୍ତାକୁ ସୁନିଶ୍ଚିତ କରିଛି ଏବଂ ୨୦୩୦ ସୁଦ୍ଧା ୧୫୬୦୩ ମେଗାୱାଟ୍‌ ଶକ୍ତି ଯୋଡିବାକୁ ଲକ୍ଷ୍ୟ ରଖିଛି  । ସେଥିମଧ୍ୟରୁ ଅଧାରୁ ଅଧିକ ଅକ୍ଷୟ ଶକ୍ତିର ଉତ୍ସରୁ ପ୍ରସ୍ତୁତ ହେବ  । ୨୦୩୦ ସୁଦ୍ଧା ରାଜ୍ୟର ଅକ୍ଷୟ ଶକ୍ତି କ୍ଷମତା ୧୦ ହଜାର ମେଗାୱାଟ କରିବା ପାଇଁ ଯୋଜନା ପ୍ରସ୍ତୁତ ହେଉଛି ବୋଲି ମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି  । 

ଶକ୍ତି ସରଂକ୍ଷଣକୁ ପ୍ରାଥମିକତା ଦେଇ ଓଡିଶା ୧୦ ହଜାର ମେଗାୱାଟ କ୍ଷମତା ବିଶିଷ୍ଟ ପିଏସପି ପ୍ଳାଣ୍ଟ ପାଇଁ ଯୋଜନା କରୁଛି  । ରିନେବୁଲ ଏନର୍ଜି ପ୍ରକଳ୍ପଗୁଡିକୁ ଜାତୀୟ ଗ୍ରୀଡ୍‌ ସହିତ ସଂଯୋଗ କରିବା ପାଇଁ ଗ୍ରୀନ ଏନର୍ଜି କରିଡରର ତୃତୀୟ ସୋପାନରେ କେନ୍ଦ୍ରୀୟ ସହାୟତା ପାଇଁ ଉପମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି  ।