ଲିଭିଂ ରୁମ୍କୁ ସଜାଇବେ କେମିତି?
ଲିଭିଂ ରୁମ୍ ଘରର ଏମିତି ଏକ ଅଂଶ; ଯାହାର ସାଜସଜ୍ଜାକୁ ଦେଖିଲେ ପରିବାର ସଦସ୍ୟଙ୍କ ବୈଭବ, ସମ୍ପନ୍ନତା ଓ ମାନସିକତାକୁ ଠଉରେଇ ହୁଏ । ସେଥିପାଇଁ ଲିଭିଂ ରୁମର ସାଜସଜ୍ଜାକୁ ନେଇ ପ୍ରାୟ ଲୋକ ସଚେତନ ରହିଥାନ୍ତି । କିନ୍ତୁ ବେଳେବେଳେ ଛୋଟମୋଟ ବାସ୍ତୁଦୋଷ ଯୋଗୁ ଏହି ରୁମକୁ ନେଇ ଅନେକ ସମସ୍ୟା ଉପୁଜିଥାଏ ଓ ଜାଣନ୍ତୁ ଏହାର ପ୍ରତିକାର ସମ୍ପର୍କରେ...
ଲିଙ୍ଗ ରୁମରେ ବିମ୍ ଥିଲେ, ଠିକ୍ ତା’ତଳକୁ ସୋଫା ପକାନ୍ତୁ ନାହିଁ । କାରଣ ବିମ୍ ତଳେ ବସାର କଲେ ମନ ଭାରାକ୍ରାନ୍ତ ରହିଥାଏ ବୋଲି ବିଶ୍ୱାସ କରାଯାଏ ।
ଲିଭିଂ ରୁମ୍ର ପୂର୍ବ ଦିଗରେ ଝରକା ଥିଲେ, ଘରେ ସକାରାତ୍ମକ ଉର୍ଜାର ପ୍ରଭାବ ବଢ଼ିଥାଏ ।
ଟିଭି/ମ୍ୟୁଜିକ୍ ସିଷ୍ଟମ କିମ୍ବା ଅନ୍ୟ ଯେକୌଣସି ଇଲେକ୍ଟ୍ରୋନିକ୍ସ ଉପକରଣକୁ ଲିଭିଂ ରୁମର ଦକ୍ଷିଣ ଦିଗରେ ରଖିବା ଶୁଭ ହୋଇଥାଏ ।
ଲିଭିଂ ରୁମରେ ସିଲିଂ କରିଥିଲେ ସେଠାରେ ଗୋଟିଏ ଝୁମର୍ ନ ଲଗାଇ ଦୁଇଟି ଝୁମର୍ ଏପରି ଲଗାଇବେ, ଯେମିତି ସିଲିଂର ମଝିଅଂଶ ଫାଙ୍କା ଲାଗୁଥିବ । ଏହା ବି ଶୁଭଫଳ ଦେଇଥାଏ ।
ଲିଙ୍ଗି ଚୁନରେ ସବୁବେଳେ କିଛି ତାଜା ଫୁଲ ରଖୁଥିଲେ, ପରିବାର ସଦସ୍ୟଙ୍କ ଭିତରେ ସମ୍ପର୍କ ଭଲ ରହେ ବୋଲି ବିଶ୍ୱାସ ରହିଛି ।
ଏହି ରୁମରେ ଧଳା/ହାଲକା କମଳା /ହଳଦିଆ / ନୀଳ / ସବୁଜ ରଙ୍ଗର ପ୍ରୟୋଗ କରିବା ଶୁଭଙ୍କର ହୋଇଥାଏ ।
ଲିଭିଂ ରୁମର ଝରକା ଓ କବାଟରେ ମ୍ୟାଟିଂ କଲରର ସ୍କ୍ରିନ୍ ଟାଙ୍ଗିଲେ ଭଲ ଦେଖାଯାଇଥାଏ ।
ଏହି ରୁମର କାନ୍ଥରେ ହଂସର ଛବି ହେଉ କିମ୍ବା ହସ ହସ ମୁହଁବାଲା ପୂରା ପରିବାରର ଫଟୋ ଲଗାଇଲେ ସକାରାତ୍ମକ ପ୍ରଭାବ ପଡ଼େ ବୋଲି ବିଶ୍ୱାସ କରାଯାଏ ।