ଭୂମିହିନଙ୍କୁ ପଟା ବାଣ୍ଟିଲେ ଉପ ମୁଖ୍ୟମନ୍ତ୍ରୀ

ଭୂମିହିନଙ୍କୁ ପଟା ବାଣ୍ଟିଲେ ଉପ ମୁଖ୍ୟମନ୍ତ୍ରୀ


ନିମାପଡ଼ା: ନିମାପଡ଼ା ବ୍ଲକ୍  ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧିନସ୍ଥ ଭୂମିହୀନ ବାସିନ୍ଦାଙ୍କୁ ଆଜି ଅପରାହ୍ନରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସ୍ଥାୟୀ ଜମି ପଟ୍ଟା ବଣ୍ଟନ କରିଛନ୍ତି।ଏହି ଅବସରରେ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଆୟୋଜିତ ସମାବେଶରେ ବସୁନ୍ଧରା ଯୋଜନାରେ ଭୂମିହୀନ,ସିକ୍କିମ ସତ୍ବ,କଲମ ଟୁ କରେକସନ ଏବଂ ବିଭିନ୍ନ ସ୍କୁଲ ସମେତ ନିମାପଡ଼ା ହଂସପଡ଼ା ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟକୁ ନିଜଶ୍ଵ ଜମି ପଟ୍ଟା ବଣ୍ଟନ କରାଯାଇଛି।ସ୍ଥାୟୀ ପଟ୍ଟା ପାଇବା ପରେ ଉପଭୋକ୍ତା ମାନେ ନିଜର ବିଭିନ୍ନ ସମସ୍ୟା ସମାଧାନ କରିବା ପାଇଁ ଏହା ବେଶ୍ ଉପଯୋଗୀ ହେବ ବୋଲି ଉପମୁଖ୍ୟ ମନ୍ତ୍ରୀ କହିଥିଲେ।୪୦ଟି ସ୍ଥାୟୀ ପଟ୍ଟା ବଣ୍ଟନ କରାଯାଇଥିଲା।ଅନ୍ୟ ମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ରାଜକିଶୋର ଜେନା,ତହସିଲଦାର ମନୋଜ ପ୍ରଧାନ,ମଣ୍ଡଳ ଉନ୍ନୟନ ଅଧିକାରୀ ଅଭିଜିତ ଷଡ଼ଙ୍ଗୀ,ସାଂସଦ ପ୍ରତିନିଧି ମୀନଲତା ମହାନ୍ତି ଓ ପୂର୍ଣ୍ଣଚନ୍ଦ୍ର ଓଝା ପ୍ରମୁଖ ଉପସ୍ଥିତ ଥିଲେ।