ଘରେ ତିଆରି କରନ୍ତୁ ସ୍ୱାଦିଷ୍ଟ ଢାବା ଷ୍ଟାଇଲ ମଲାଇ ମସରୁମ୍

ଢାବା ଷ୍ଟାଇଲ ମଲାଇ ମସରୁମ୍ ପ୍ରସ୍ତୁତ କରନ୍ତୁ ଘରେ ।
ଆବଶ୍ୟକ ସାମଗ୍ରୀ: କାଜୁ, ଅଦା,ରସୁଣ, ପିଆଜ ପେଷ୍ଟ, ତେଲ,ଧନିଆ ପାଉଡର, ଜିରା ପାଉଡର,ମେଥି, ଗୋଲମରିଚ ଗୁଣ୍ଡ, ଲୁଣ, ଗ୍ରୀନ୍ ମଟର, କ୍ରୀମ୍, ଗୋଟା ଜିରା, ଗରମ ମସଲା ,ଦହି
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କାଜୁ, ଅଦା,ରସୁଣ, ପିଆଜକୁ ପେଷ୍ଟ କରନ୍ତୁ। ମଲାଇ ମଟର ମସରୁମ୍ ତିଆରି କରିବା ପାଇଁ କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଗଲେ ମସରୁମ୍କୁ ପକାଇ ଭଲ ଭାବରେ ଭାଜି ଦିଅନ୍ତୁ। ପରେ ଗ୍ରୀନ ମଟରକୁ ଭାଜି ଦିଅନ୍ତୁ। ଏହା ଭାଜି ହେଲା ପରେ ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ।
ପୁଣି କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଗୋଟା ଜିରା, ଗରମ ମସଲା ପକାଇ ଦିଅନ୍ତୁ। ପରେ ସେଥିରେ ପେଷ୍ଟ କରି ରଖିଥିବା କାଜୁ, ଅଦା,ରସୁଣ, ପିଆଜକୁ ପକାଇ କିଛି ସମୟ କଷନ୍ତୁ। ସେଥିରେ ଅଳ୍ପ ଦହି, ଧନିଆ ପାଉଡର, ଜିରା ପାଉଡର, ମେଥି, ଗୋଲମରିଚ ଗୁଣ୍ଡ ଓ ଆବଶ୍ୟକ ଅନୁସାରେ ଲୁଣ ପକାଇ ଗୋଳାଇ ଦିଅନ୍ତୁ।
ସେଥିରେ ଭାଜି ରଖିଥିବା ମସରୁମ୍ ଓ ଗ୍ରୀନମଟର ପକାଇ ଗୋଳାଇ ଦିଅନ୍ତୁ। ପରେ ସେଥିରେ କ୍ରୀମ୍ ପକାଇ ଅଳ୍ପ ପାଣି ଦେଇ ଢାଙ୍କି ଦିଅନ୍ତୁ। କିଛି ସମୟ ପରେ କରେଇ ତଳକୁ ଓହ୍ଲାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ମଲାଇ ମସରୁମ୍। ଏହାକୁ ଆପଣ ଭାତ ଓ ରୁଟି ସହ ଖାଇପାରିବେ।