ଛାତ୍ରୀଛାତ୍ରୀଙ୍କୁ ୫ ହଜାର ଦେବେ ମୋହନ ସରକାର, ଜାଣନ୍ତୁ କେବେଠାରୁ
Mohan Charan Majhi
ଭୁବନେଶ୍ୱର : ଅନୁସୂଚିତ ଜନଜାତି ସମ୍ପ୍ରଦାୟର ଶିକ୍ଷା ଏବଂ ସେମାନଙ୍କର ବିକାଶ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଉଦ୍ଦେଶ୍ୟ । ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷା ନିମନ୍ତେ ପ୍ରୋତ୍ସାହିତ କରିବା ପାଇଁ ଏବଂ ପାଠପଢ଼ା ଛାଡ଼ିବାର ହାର ହ୍ରାସ କରିବା ପାଇଁ ରାଜ୍ୟ ସରକାର ‘ସହିଦ୍ ମାଧୋ ସିଂ ହାତଖର୍ଚ୍ଚ’ ଯୋଜନା କାର୍ଯ୍ୟକାରୀ କରିବାକୁ ନିଷ୍ପତି ନେଇଛନ୍ତି । ଯେଉଁଥିରେ ଛାତ୍ରଛାତ୍ରୀମାନେ ଅଷ୍ଟମରୁ ଉତ୍ତୀର୍ଣ୍ଣ ହୋଇ ନବମ ଓ ୧୦ମ ଶ୍ରେଣୀରୁ ଉତ୍ତୀର୍ଣ୍ଣ ଏକାଦଶ ଶ୍ରେଣୀରେ ନାମ ଲେଖାଇବା ପରେ ସେମାନଙ୍କୁ ପ୍ରୋତ୍ସାହନ ରାଶି ଭାବେ ବାର୍ଷିକ ୫ ହଜାର ଟଙ୍କା ପ୍ରଦାନ କରାଯିବ । ଏହି ଯୋଜନାରେ ଚଳିତ ବର୍ଷ ପ୍ରାୟ ୩ ଲକ୍ଷ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀ ଉପକୃତ ହେବେବୋଲି ଆଶା କରାଯାଉଛି । ସେଥିପାଇଁ ସରକାର ଏହି ଯୋଜନା ନିମନ୍ତେ ଚଳିତ ବର୍ଷ ବଜେଟରେ ୧୫୬ କୋଟିର ବ୍ୟୟବରାଦ କରିଛନ୍ତି ।