ଆସନ୍ତା ସୋମବାର ହେବନି ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣୀ

Mohan Charan Majhi

ଆସନ୍ତା ସୋମବାର ହେବନି  ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣୀ

ଭୁବନେଶ୍ୱର : ଆସନ୍ତା ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜନଶୁଣାଣୀ କରିବେ ନାହିଁ  । ମୁଖ୍ୟମନ୍ତ୍ରୀଙ୍କ ଅନ୍ୟ ଜରୁରୀ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟକ୍ରମ ଥିବାରୁ ଭୁବନେଶ୍ୱର  ୟୁନିଟ-୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜନଶୁଣାଣି ବନ୍ଦ ରହିବ  । ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି  ।

ସୂଚନାଯୋଗ୍ୟଯେ, ମୁଖ୍ୟମନ୍ତ୍ରୀ ସେହିଦିନ ଝାରଖଣ୍ଡ ଯିବାର କାର୍ଯ୍ୟକ୍ରମ ରହିଛି  । ଝାରଖଣ୍ଡରେ ଆୟୋଜିତ ଏକ ସରକାରୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେବେ  । ଆସନ୍ତା ସେପ୍ଟେମ୍ବର ୨ ଓ ଅକ୍ଟୋବର ୧, ଦୁଇଦିନ ଧରି ମୁଖ୍ୟମନ୍ତ୍ରୀ ଝାରଖଣ୍ଡ ଗସ୍ତରେ ଯିବେ ବୋଲି ଜାଣିବାକୁ ମିଳିଛି  ।