ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷୀଙ୍କ ଆଜି ଆକାଉଣ୍ଟକୁ ଆସିବ ଟଙ୍କା

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷୀଙ୍କ ଆଜି ଆକାଉଣ୍ଟକୁ ଆସିବ ଟଙ୍କା

ନୂଆଦିଲ୍ଲୀ: ଆଜି ଆସିବ ଚାଷୀଙ୍କ ଖାତାକୁ ଟଙ୍କା। ଟଙ୍କା ପଠାଇବେ ସରକାର। କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ ସୋମବାର ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧୀନରେ ୩୦ ଲକ୍ଷ ଚାଷୀଙ୍କୁ ୩୨୦୦ କୋଟି ଟଙ୍କାର ଫସଲ ବୀମା ଦାବି ରାଶି ହସ୍ତାନ୍ତର କରିବେ। ରାଜସ୍ଥାନର ଝୁନଝୁନୁରେ ଆୋଜିତ ଏକ କାର୍ଯ୍ୟକ୍ରମ ସମୟରେ PMFBY ଦାବି ରାଶି ହସ୍ତାନ୍ତର କରାଯିବ। ଶିବରାଜ ସିଂହ ,ଚୌହାନଙ୍କ ବ୍ୟତୀତ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା, କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ଭାଗୀରଥ ଚୌଧାରି ଏବଂ ରାଜ୍ୟ କୃଷି ମନ୍ତ୍ରୀ କିରୋରି ଲାଲ ମୀନା ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବେ। ମଧ୍ୟପ୍ରଦେଶ ଚାଷୀଙ୍କୁ ଅଧିକ ଟଙ୍କା: ଏକ ସରକାରୀ ବିବୃତ୍ତି ଅନୁଯାୟୀ, ମୋଟ PMFBY ଟଙ୍କାରୁ ମଧ୍ୟପ୍ରଦେଶର ଚାଷୀମାନଙ୍କୁ ୧୧୫୬ କୋଟି ଟଙ୍କା, ରାଜସ୍ଥାନର ଚାଷୀମାନଙ୍କୁ ୧୧୨୧ କୋଟି ଟଙ୍କା, ଛତିଶଗଡ଼ର ଚାଷୀମାନଙ୍କୁ ୧୫୦ କୋଟି ଟଙ୍କା ଏବଂ ଅନ୍ୟ ରାଜ୍ୟର ଚାଷୀମାନଙ୍କୁ ୭୭୩ କୋଟି ଟଙ୍କା ପଠାଯିବ।କେବେ ଆରମ୍ଭ ହୋଇଥିଲା PMFBY ଯୋଜନା: ଯଦି ଦେଖିବା ୨୦୧୬ରେ ପ୍ରଥମ କରି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଆରମ୍ଭ ହୋଇଥିଲା। ଆଉ ସେବେଠାରୁ ଏହା ଅଧୀନରେ ୧.୮୩ ଲକ୍ଷ କୋଟି ଟଙ୍କା ଚାଷୀଙ୍କୁ ଦିଆଯାଇଛି। ଯେତେବେଳେ ଚାଷୀମାନେ କେବଳ ୩୫,୮୬୪ କୋଟି ଟଙ୍କାର ପ୍ରିମିୟମ୍ ଦେଇଛନ୍ତି।