୪ ଦିନ କାଚିବ ୭ ସ୍ଥାନରେ ବଢୁଛି ଜଳସ୍ତର

RAIN IN ODISHA

୪ ଦିନ କାଚିବ ୭ ସ୍ଥାନରେ ବଢୁଛି ଜଳସ୍ତର

ଭୁବନେଶ୍ୱର : ଆସନ୍ତାକାଲି ବଡ଼ ବର୍ଷା ନେଇ ସତର୍କ ସୂଚନା ନାହିଁ  । କିନ୍ତୁ ସକାଳ ସାଢେ଼ ୮ଟା ପର୍ଯ୍ୟନ୍ତ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି  । ତେବେ ୧୩ରୁ ପୁଣି ବର୍ଷା ବଢ଼ିବ  । ୧୬ ତାରିଖ ସକାଳ ସାଢେ଼ ୮ଟା ପର୍ଯ୍ୟନ୍ତ ପ୍ରବଳ କାଚିବ  । ପାଣିପାଗ ବିଭାଗ ଏଭଳି ଭାବେ ପୂର୍ବାନୁମାନ କରିଛି  । ସେପଟେ ୭ ସ୍ଥାନରେ ଜଳସ୍ତର ବଢୁଥିବାନେଇ ଜଳସମ୍ପଦ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି  ।

ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆସନ୍ତାକାଲି ସକାଳ ସାଢେ଼ ୮ଟା ପର୍ଯ୍ୟନ୍ତ ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁରରେ ପ୍ରବଳ ବର୍ଷା ହେବ  । ସେହିପରି ବାଲେଶ୍ୱର, ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର ଓ ମୟୂରଭଞ୍ଜରେ ଝଡ଼ବର୍ଷା ସହ ବଜ୍ରପାତ ନେଇ ସତର୍କ ସୂଚନା ଜାରି କରାଯାଇଛି  । ୧୩ରେ ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଦେବଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୋନପୁର, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି  । ଅପରପକ୍ଷରେ ୧୪ରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଓ ସୁନ୍ଦରଗଡ଼ ଏବଂ ୧୫ରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ସୁନ୍ଦରଗଡ଼, ଭଦ୍ରକ ଓ ଯାଜପୁରରେ ପ୍ରବଳ ବର୍ଷା ହେବ  । ଏହିସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି  । ଏହାଛଡ଼ା ୧୬ ଓ ୧୭ରେ ମଧ୍ୟ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି  । 

ଜଳସମ୍ପଦ ବିଭାଗର ସୂଚନା ଅନୁଯାୟୀ, ମହାନଦୀର ନରାଜ, ବ୍ରାହ୍ମଣୀର ଜେନାପୁର, ବୈତରଣୀର ଆଖୁଆପଦା, ବୁଢାବଳଙ୍ଗର ଏନଏଚ-୫ ଗୋବିନ୍ଦପୁର, ସୁବର୍ଣ୍ଣରେଖାର ରାଜଘାଟ, ଋଷିକୂଲ୍ୟାର ପୁରୁଷୋତ୍ତମପୁର, ବଂଶଧାରାର କାଶୀନଗରରେ ଜଳସ୍ତର ବଢୁଥିବା ଲକ୍ଷ୍ୟ କରାଯାଉଛି  ।