ଡିସେମ୍ବର ସୁଦ୍ଧା ସମସ୍ତଙ୍କୁ ସୁଭଦ୍ରା 

ଡିସେମ୍ବର ସୁଦ୍ଧା ସମସ୍ତଙ୍କୁ ସୁଭଦ୍ରା 

ଭୁବନେଶ୍ୱର : ସୁଭଦ୍ରା ଯୋଜନାକୁ ନେଇ ସରକାର କରିଛନ୍ତି ବଡ ଘୋଷଣା । ଯାହାକୁ ନେଇ ସମସ୍ତ ଆବେଦନକାରୀ ବେଶ୍ ଉତ୍ସାହିତି । ଆସନ୍ତା ୨୪ରେ ମିଳିବ ସୁଭଦ୍ରା ଟଙ୍କା  । ତୃତୀୟ ପର୍ଯ୍ୟାୟରେ ପ୍ରାୟ ୨୦ ଲକ୍ଷ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ମିଳିବ ବୋଲି ଜାଣିବାକୁ ମିଳିଛି  । ପୂର୍ବରୁ ଦୁଇ କିସ୍ତିରେ ୬୦ ଲକ୍ଷ ହିତାଧିକାରୀଙ୍କୁ ଟଙ୍କା ମିଳିଥିଲା  । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଥିଲେ  । ପ୍ରତିବର୍ଷ ରାକ୍ଷୀପୂର୍ଣ୍ଣିମା ଓ ମହିଳା ଦିବସରେ ସୁଭଦ୍ରାର ଦୁଇ କିସ୍ତି ବାବଦରେ ୧୦ ହଜାର ଟଙ୍କା ମିଳିବ  । ଇ-କେୱାଇସି ପାଇଁ ଅନେକ ହିତାଧିକାରୀ ହଇରାଣ ହେଉଥିବାରୁ ସେ ବ୍ୟବସ୍ଥା ମଧ୍ୟ ସରକାର ଉଚ୍ଛେଦ କରି ଦେଇଛନ୍ତି  । ସେହିପରି ରାସନ୍ କାର୍ଡ଼ ସହ ଯେଉଁମାନଙ୍କର ନାମ ଅମେଳ ହେଉଥିଲା ସେମାନେ ବଂଚିତ ହୋଇଥିଲେ  । ପ୍ରଥମ ଦୁଇ ଦଫାରେ ଅଙ୍ଗନବାଡ଼ି ଓ ଆଶା କର୍ମୀମାନେ ବି ସାମିଲ୍ ହୋଇପାରିନଥିଲେ  । ତେବେ କେତେକ କୋହଳ କରାଯିବା ପରେ କୋଟିଏରୁ ଉଦ୍ଧ୍ୱର୍ ହିତାଧିକାରୀ ସୁଭଦ୍ରା ଯୋଜନାରେ ସହାୟତା ପାଇବେ ବୋଲି ଜାଣିବାକୁ ମିଳିଛି । ଏଥିସହ ଡିସେମ୍ବର ସୁଦ୍ଧା ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ପହଁଞ୍ଚିବ ବୋଲି ସୂଚନା ପ୍ରକାଶ ପାଇଛି । ଯାହାକୁ ନେଇ ମହିଳାମାନଙ୍କ ମଧ୍ୟରେ ବେଶ୍ ଖୁସି ପରିଳକ୍ଷିତ ହେଉଥିବା ଦେଖିବାକୁ ମିଳିଛି ।