ତିନି ଲୁଟେରା ଗିରଫ

ଜୟପୁର: ଜୟପୁର ସଦର ପୁଲିସ ସୁନା ତିନି ଲୁଟେରାଙ୍କୁ ଗିରଫ କରିଛି । ଲୁଟ୍ ଘଟଣାକୁ ନେଇ ସଦର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଘଟଣାକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଥିଲା । ଲୁଟେରା ଗ୍ୟାଙ୍ଗର ତିନି ଅଭିଯୁକ୍ତ ହେଲେ, କର୍ଣ୍ଣ ହରିଜନ, ତ୍ରିନାଥ ହରିଜନ, ରମେଶ ହରିଜନ ଏମାନଙ୍କ ଠିକଣା କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଳକ୍ ଅନ୍ତର୍ଗତ ଗୋରା ହାଣ୍ଡି, ବୁଟୁଗୁଡା ଓ ଭାଟିଗୁଡା ଗ୍ରାମ ବୋଲି ଜଣାପଡ଼ିଛି । ଏହି ଦୁଇ ଗୋଟି ମାମଲାରେ ଲୁଟେରାଙ୍କ ଠାରୁ ଦୁଇଟି ବାଇକ୍ ସହ ଲୁଟ୍ କରିଥିବା ସମସ୍ତ ସୁନା ଗହଣାକୁ ପୁଲିସ ଜବତ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ।