ବାସ୍ତୁ ଅନୁଯାୟୀ ପିଲାଙ୍କ ଷ୍ଟଡି ରୁମ୍ ବଢାଏ ସ୍ମରଣ ଶକ୍ତି !
ବାସ୍ତୁ ଅନୁଯାୟୀ ପିଲାମାନଙ୍କ ରୁମ୍ ସଠିକ୍ ଭାବେ ହୋଇଥିଲେ ସେମାନଙ୍କୁ ଭଲ ନିଦ ହେବା ସହ ସେମାନଙ୍କ ସ୍ମରଣ ଶକ୍ତି ପ୍ରଖର ହୋଇଥାଏ ବୋଲି କୁହାଯାଏ । ଏଥିସହିତ ପାଠପଢା ପାଇଁ ତାଙ୍କ ଭିତରେ ଏକାଗ୍ରତା ମଧ୍ୟ ଆସିଥାଏ । ତେବେ ବାସ୍ତୁ ଅନୁସାରେ ପିଲାଙ୍କ ରୁମ୍ କେମିତି ହେବା ଦରକାର ଆସନ୍ତୁ ଜାଣିବା ।
ବାସ୍ତୁଶାସ୍ତ୍ର ଅନୁଯାୟୀ, ଛୋଟ ପିଲାଙ୍କର ବେଡ୍ରୁମ୍ ପଶ୍ଚିମ ଦିଗରେ କଲେ ଏହାର ଅନେକ ସୁ-ପ୍ରଭାବ ପଡେ । ପିଲାଙ୍କ ବେଡ୍ରୁମ୍ର ଦକ୍ଷିଣ ପାର୍ଶ୍ୱରେ ସେମାନଙ୍କ ବେଡ୍ ପକାଇବା ଦରକାର । ଆଉ ଏହି ବେଡ୍କୁ କାନ୍ଥରେ ପୁରା ନଲଗାଇ କାନ୍ଥରୁ ଟିକେ ଛାଡିକି ରଖିଲେ ଏହାର ଅନେକ ଭଲ ପ୍ରଭାବ ସେମାନଙ୍କ ମାନସିକତା ଉପରେ ପଡିଥାଏ ।
ପିଲାଙ୍କ ବେଡ୍ରୁମ୍ରେ ଲାଗିଥିବା କବାଟ ଉତ୍ତର କିମ୍ବା ପୂର୍ବ ଦିଗରେ ରହିବା ଆବଶ୍ୟକ ଏବଂ କବାଟର ଠିକ୍ ବିପରୀତ ଦିଗରେ ଝରକା ରହିଲେ ଅତି ଉତ୍ତମ ହୋଇଥାଏ । କୁହାଯାଏ, ପିଲାଙ୍କ ରୁମ୍ ପାଇଁ ସବୁଠୁ ଭଲ ରଙ୍ଗ ହେଉଛି ସବୁଜ । ଏହା ସେମାନଙ୍କୁ ଶାନ୍ତି ପ୍ରଦାନ କରିବା ସହ ମନରେ ସକାରାତ୍ମକ ଭାବନା ଆଣିଥାଏ । ଏହାଛଡା ଶୋଇବା ସମୟରେ ପିଲାମାନଙ୍କର ମୁଣ୍ଡ ପୂର୍ବ ଦିଗକୁ ରହିଲେ ସେମାନଙ୍କର ସ୍ମରଣ ଶକ୍ତି ବଢିଥାଏ । ପିଲାଙ୍କ ବେଡ୍ରୁମ୍ରେ ଥିବା ଷ୍ଟଡି ଟେବୁଲ୍କୁ ଏପରି ରଖିବା ଦରକାର ଯେମିତିକି ସେଥିରେ ବସି ପଢିବା ସମୟରେ ସେମାନଙ୍କ ମୁହଁ ଉତ୍ତର କିମ୍ବା ପୂର୍ବ ଦିଗ ଅଥବା ଉତ୍ତର-ପୂର୍ବ ଦିଗ ଆଡ଼କୁ ରହିବ । ଏପରି କଲେ ପିଲାଙ୍କ ଭିତରେ ପଢିବା ପାଇଁ ଏକାଗ୍ରତା ବଢିବ ବୋଳଇ କୁହାଯାଏ ।