ଜାଣନ୍ତି କାକୁଡି ଖାଇଲେ କଣ ହୁଏ ?

ଜାଣନ୍ତି କାକୁଡି ଖାଇଲେ କଣ ହୁଏ ?

 ଲୋକେ କାକୁଡି ସାଲାଡ ଖାଇବାକୁ ସବୁବେଳେ ପସନ୍ଦ କରୁଥିବା ବେଳେ ଗରମ ଦିନେ କିନ୍ତୁ କାକୁଡିର ଚାହିଦା ଅଧିକ ରହିଥାଏ ଆଉ ବଜାରରେ ବେଶି ବିକ୍ରିହୁଏ । ବାଟରେ ଘାଟରେ ଲୋକେ କାକୁଡି ଏବଂ ଲଙ୍କାଲୁଣ ଧରି ବିକ୍ରି କରୁଥିବା ଆପଣ ଦେଖିଥିବେ । ହେଲେ ଆପଣ ଜାଣନ୍ତି କି କାକୁଡି ଖାଇଲେ କଣ ହୁଏ ? ଦେହ ପାଇଁ  କାକୁଡି କେତେ ଭଲ? 

କାକୁଡିରେ ୯୫ ପ୍ରତିଶତ ଜଳ ରହିଥାଏ ତେଣୁ ଏହା ଖାଇରେ ଶରୀରର ଜଳୀୟ ଅଂଶ କମିବାର ଆଦୌ ଆଶଙ୍କା ନଥାଏ । ଶରୀରକୁ ସବୁବେଳେ ଥଣ୍ଡା ରଖେ କାକୁଡି । ହୃଦୟକୁ ସୁସ୍ଥ ରଖିବାରେ ବି ସାହାଯ୍ୟ କରେ । କାକୁଡି ଖାଇବା ଦ୍ବାରା ରକ୍ତଚାପ ନିୟନ୍ତ୍ରଣରେ ରୁହେ, ଶରୀରର ଓଜନ ମଧ୍ୟ ଏହା କମାଇବାରେ ସାହାଯ୍ୟ କରେ । ମଧୁମେହ ରୋଗୀଙ୍କ ପାଇଁ କାକୁଡି ବେଶ ଲାଭଦାୟକ ବୋଲି ଡାକ୍ତରମାନେ କୁହନ୍ତି ।   କାକୁଡି  ଏଥିସହ ତ୍ବାଚାର ଯତ୍ନ ମଧ୍ୟ ନିଏ । ତେବେ କାକୁଡି ସକାଳ ୧୦ରୁ ଦିନ ୨ଟା ଭିତରେ ଖାଇଲେ ଏହା ଶରୀରରେ ଥଣ୍ଡା, କଫ ଆଦି ସମସ୍ୟା ସୃଷ୍ଟି କରିପାରେ ନାହିଁ ।