ଏପ୍ରିଲ ୧୬କୁ ବିଶ୍ୱ ସ୍ୱର ଦିବସ

ଏପ୍ରିଲ ୧୬କୁ ବିଶ୍ୱ ସ୍ୱର ଦିବସ

 ନିଜ ସ୍ୱର ପ୍ରତି ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଏପ୍ରିଲ ୧୬କୁ ବିଶ୍ୱ ସ୍ୱର ଦିବସ(World Voice Day) ରୂପେ ପାଳନ କରାଯାଏ। ଏହି ଦିବସ ପାଳନ ପଛରେ ଆଉ କି ମୁଖ୍ୟ ଉଦ୍ଦେଶ୍ୟ  ଏବଂ ଇତିହାସ  ରହିଛି  । 

ବାସ୍ତବରେ, ବର୍ତ୍ତମାନ ସ୍ୱର ସମ୍ବନ୍ଧୀୟ ରୋଗ ଏବଂ ସମସ୍ୟା ବୃଦ୍ଧି ପାଉଛି। ଧୂମପାନ, ନିଶା ସେବନ ଏବଂ ଉଚ୍ଚ ସ୍ୱରରେ କଥାବାର୍ତ୍ତା କରିବା କାରଣରୁ ଅଧିକାଂଶ ଲୋକଙ୍କ ସ୍ୱରକୁ କ୍ଷତି ପହଞ୍ଚୁଛି। ତେଣୁ ଏପରି ଖରାପ ଅଭ୍ୟାସଠୁ ଦୂରେଇ ରହିବା ପାଇଁ ଲୋକଙ୍କୁ ସଚେତନ କରାଏ ବିଶ୍ୱ ସ୍ୱର ଦିବସ। ଏହି ଦିବସ ମାଧ୍ୟମରେ ସ୍ୱର ପ୍ରତି ଯତ୍ନବାନ ହେବାକୁ ଜନସଚେତନତା ବାର୍ତ୍ତା ଦିଆଯାଏ। 

ବିଶ୍ୱ ସ୍ୱର ଦିବସର ଇତିହାସ ଜାଣନ୍ତୁ.....
 ପ୍ରତିବର୍ଷ ୧୬ ଏପ୍ରିଲରେ ସମଗ୍ର ବିଶ୍ୱରେ ପାଳନ କରାଯାଏ ବିଶ୍ୱ ଭଏସ୍ ଡେ । ଏହି ଦିନଟି ବିଶେଷ ଭାବରେ ଅଟୋଲରିଙ୍ଗୋଲୋଜିଷ୍ଟ-ହେଡ୍ ଏଣ୍ଡ ନେକ୍ ସର୍ଜନ ଏବଂ ବିଶ୍ୱର ଅନ୍ୟାନ୍ୟ ସ୍ୱର ସମ୍ବନ୍ଧୀୟ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଦ୍ୱାରା ପାଳନ କରାଯାଇଥାଏ। ପ୍ରଥମେ ୧୯୯୯ରେ ଏହି ଦିବସ ପାଳନ ଆରମ୍ଭ ହୋଇଥିଲା ବ୍ରାଜିଲରେ । ଏହାପରେ ଅନ୍ୟାନ୍ୟ ଦେଶ ସ୍ୱର ପ୍ରତି ଯତ୍ନର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱର ଦିବସ ପାଳନ ଆରମ୍ଭ କରିଥିଲେ।