ଭି.କେ ପାଣ୍ଡିଆନ କଟକ ଏସସିବିରେ

କଟକ : ୧୬ ନମ୍ବର ଜାତୀୟ ରାଜପଥର ଧର୍ମଶାଳା ଥାନା ଅନ୍ତର୍ଗତ ବାରବାଟୀ ବଜାର ନିକଟରେ ଗତକାଲି ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଓଭରବ୍ରିଜରୁ ବସ୍ ଖସିପଡ଼ିବାରୁ ସେଥିରେ ଥିବା ୫ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଊର୍ଦ୍ଧ୍ବ ଗୁରୁତର ଆହତ ହୋଇଛନ୍ତି। ଅନ୍ୟପଟେ ଆଜି 5T ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଏସସିବି ମେଡିକାଲ କାଜୁଆଲଟିରେ ପହଞ୍ଚି ଆହତଙ୍କୁ ଭେଟିବା ସହ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି। କାଜୁଆଲଟିରେ ବର୍ତ୍ତମାନ ୪୬ ଆହତ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ଜଣଙ୍କ ଅବସ୍ଥା ସମ୍ବେଦନଶୀଳ ଥିବାରୁ ସେମାନଙ୍କୁ ଟ୍ରମା ଆଇସିୟୁରେ ରଖାଯାଇ ଚିକିତ୍ସା କରାଯାଉଛି। ଅନ୍ୟ ସମସ୍ତଙ୍କ ଅବସ୍ଥା ସ୍ଥିର ରହିଛି । ସମସ୍ତ ଆହତଙ୍କୁ ମାଗଣା ଚିକତ୍ସା ସେବା ସହିତ ମେଡିସିନ ଓ ଅନ୍ୟାନ୍ୟ ସୁବିଧା ବି କରିବାକୁ ଭି.କେ ପାଣ୍ଡିଆନ ନିର୍ଦେଶ ଦେଇଛନ୍ତି। ଏହି ସମୟରେ ଚୌଦ୍ବାର-କଟକ ବିଧାୟକ ସୌଭିକ ବିଶ୍ୱାଳ, କଟକ ଜିଲ୍ଲାପାଳ ଅରବିନ୍ଦ ଡାକୁଆ, କଟକ ଡିସିପି ପ୍ରକାଶ ଆର, ପରିବହନ କମିଶନର ଅମିତାଭ ଠାକୁର, ଯାଜପୁର ଜିଲ୍ଲାପାଳ ନିଖିଲ ପୱନ କଲ୍ୟାଣ, ଏସସିବି ଅଧିକ୍ଷକ ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ପ୍ରଶାସନିକନି ଅଧିକାରୀ ଅବିନାଶ ରାଉତ ଓ ଯାଜପୁରପୁ ଏସ.ପି ପ୍ରମୁଖ ଉପସ୍ଥିତ ଥିଲେ ।