ବାଇକ୍‌କୁ ଧକ୍କା ଦେଲା ହାଇୱା: ବାପା ମୃତ, ଝିଅ ଗୁରୁତର

ସୁନ୍ଦରଗଡ: ଝିଅକୁ ସ୍କୁଲ ଛାଡିବାକୁ ଯାଉଥିବା ବେଳେ ଅଘଟଣ । ବାଇକ୍‌କୁ ଧକ୍କା ଦେଲା ହାଇୱା । ଦୁର୍ଘଟଣାରେ ବାପା ପ୍ରାଣ ହରାଇ ଥିବା ବେଳେ ଝିଅ ଗୁରୁତର ହୋଇଛି । ସୁନ୍ଦରଗଡ ପାରିଜାତ ଛକରେ ଏଭଳି ଦୁର୍ଘଟଣା ଘଟିଛି ।

 ଗୁରୁବାର ସକାଳେ ବାପା ତାଙ୍କ ଝିଅକୁ ସ୍କୁଲ୍‌ରେ ଛାଡ଼ିବାକୁ ଯାଇଥିଲେ । ଏହି ସମୟରେ ପାରିଜାତ ଛକରେ ଘଟିଥିଲା ଦୁର୍ଘଟଣା । ରାସ୍ତାରେ ଯାଉଥିବା ବେଳେ ବାଇକ୍‌କୁ ଏକ ହାଇୱା ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ବାପାଙ୍କର ମୃତ୍ୟୁ ହୋଇଥିଲା । ଏହି ଦୁର୍ଘଟଣାରେ ଝିଅଟି ଗୁରୁତର ହୋଇଥିଲା । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହା ସହ ଗୁରୁତର ହୋଇଥିବା ଝିଅକୁ ନିକଟସ୍ଥ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇଛି ପୋଲିସ । ତେବେ ଏହି ଘଟଣା ପରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖା ଦେଇଛି । ପୋଲିସ ଘଟଣାସ୍ଥଳରେ ଉପସ୍ଥିତ ରହି ସ୍ଥିତି ନିୟନ୍ତ୍ରଣ କରି ଘଟଣାର ତଦନ୍ତ ଚଳାଇଛି ।