ନକଭିଙ୍କ ହାତରୁ ଟ୍ରଫି ନେଲାନି ଭାରତ

ଏସିଆ କପ୍ ୨୦୨୫ ଟ୍ରଫି ଗ୍ରହଣ କଲାନି ଭାରତୀୟ କ୍ରିକେଟ୍ ଟିମ୍ । ପୁରସ୍କାର ବିତରଣ ଉତ୍ସବରେ ଦେଖିବାକୁ ମିଳିଲା ଅଭାବନୀୟ ଦୃଶ୍ୟ । ମୋହସିଭ ନକଭିଙ୍କ ହାତରୁ ଟ୍ରଫି ନେବାକୁ ଟିମ୍ ଇଣ୍ଡିଆର ଅସ୍ୱୀକାର । ଏସୀୟ କ୍ରିକେଟ ପରିଷଦର ସଭାପତି ମୋହସିନ ନକଭି । ପାକିସ୍ତାନ କ୍ରିକେଟ ବୋର୍ଡ ସଭାପତି ଅଛନ୍ତି ନକଭି । ଏବେ ପାକିସ୍ତାନର ଗୃହମନ୍ତ୍ରୀ ହେଉଛନ୍ତି ମୋହସିନ ନକଭି । ଅପରେସନ ସିନ୍ଦୁର ସମୟରେ ଭାରତକୁ ପରମାଣୁ ଧମକ ଦେଇଥିଲେ ନକଭି । ଏହାଛଡା ଅନେକ ସମୟରେ ଭାରତ ବିରୋଧୀ ବୟାନ ଦେଇଥାନ୍ତି ମୋହସିନ ନକଭି ।