କଲେଜରେ ଆଦାନୀ ଫାଉଣ୍ଡେସନ ପକ୍ଷରୁ ଆରଓ ଫିଲ୍ଟର ମେସିନ ପ୍ରଦାନ
ଛତ୍ରପୁର : ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆଜି ଛତ୍ରପୁର ସ୍ଥିତ ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ଆଦାନୀ ଫାଉଣ୍ଡେସନ ପକ୍ଷରୁ ଏକ ଆନ୍ତଃ ମହାବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା ଆୟୋଜନ ହୋଇଯାଇଛି । ବିଶିଷ୍ଟ ଡାକ୍ତରମାନଙ୍କ ଦ୍ୱାରା ଋତୁସ୍ରାବ ସମୟରେ ପରିଛନ୍ନତା ଏବଂ ମାନସିକ ସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ ସର୍ମ୍ପକିତ ସଚେତନତା କର୍ମଶାଳା ଆୟୋଜନ କରାଯାଇଥିଲା ଯାହାର ପୌରାହିତ୍ୟ କରିଥିଲେ ଏମ୍ କେସିଜି ମେଡିକାଲର ମାନସିକ ବିଭାଗ ମୁଖ୍ୟ ଡକ୍ଟର ଶର୍ମିଷ୍ଠା ପ୍ରିୟଦର୍ଶିନୀ । ଛାତ୍ରୀମାନଙ୍କ ମଧ୍ୟରେ ମାସିକ ଋତୁଚକ୍ର ବିଷୟରେ ଅଧିକ ସଚେତନ କରାଇବା ସହ କିପରି ମାନସିକ ଭାବେ ସୁସ୍ଥ ରହିବେ ତାହା ଏହି କାର୍ଯକ୍ରମ ର ମୂଳ ଲକ୍ଷ୍ୟ ଥିଲା । ଗୋପାଳପୁର ବନ୍ଦରର ବିଜନେସ ମୁଖ୍ୟ ସନ୍ଦୀପ ଜୈସୱାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି କାର୍ଯକ୍ରମର ଶୁଭାରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଜୟ କୁମାର ତ୍ରିପାଠୀ ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ, ଅଧକ୍ଷ୍ୟ ଭକ୍ତ ବନ୍ଧୁ ଶତପଥୀ, ଶିଳ୍ପ ସମ୍ପର୍କ ମୁଖ୍ୟ ଗୋପାଳପୁର ବନ୍ଦର,ଦେବଦତ୍ତ ମିଶ୍ର ସିଏସଆର ମୁଖ୍ୟ ଗୋପାଳପୁର ବନ୍ଦର ଆଦି ଉପସ୍ଥିତ ଥିଲେ । ଏହି ଅବସରରେ ଆଦାନୀ ଫାଉଣ୍ଡେସନ ପକ୍ଷରୁ ମହାବିଦ୍ୟାଳୟ ପରିସରରେ ୮୦ ଲିଟର କ୍ଷମତା ବିଶିଷ୍ଟ ଏକ ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା (ଆରଓ ଫିଲ୍ଟର ମେଶିନ) ସ୍ଥାପନା କରାଯାଇଥିଲା ଯାହାଦ୍ୱାରା ମହାବିଦ୍ୟାଳୟର ୩୦୦୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ପାଇପାରିବେ । ଡକ୍ଟର ଶର୍ମିଷ୍ଠା ପ୍ରିୟଦର୍ଶିନୀ ମାସିକ ଋତୁଚକ୍ର ରେ ମହିଳାମାନେ ସମ୍ମୁଖୀନ ହାଉଥିବା ସାଧାରଣ ସ୍ୱାସ୍ଥ୍ୟ ସମସ୍ୟା ଏବଂ ଏହାକୁ ସାମ୍ନା କରିବାପାଇଁ ମାନସିକ ଭାବେ କିପରି ସୁସ୍ଥ ରହିବେ ସେ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ । ଆଦାନୀ ଫାଉଣ୍ଡେସନ ପକ୍ଷରୁ ବିଭିନ୍ନ କୃତୀ ଛାତ୍ରୀମାନଙ୍କୁ ପୁରସ୍କାର ସହ ମାନପତ୍ର ପ୍ରଦାନ କରାଯାଇଥିଲା ।