ବଦଳିଛି ୨୧ ଯୋଜନାର ନାଁ
ଭୁବନେଶ୍ୱର: ୨୦୨୪ରେ ନୂଆ ସରକାର ଗଠନ ହେବା ପରେ ରାଜ୍ୟରେ ପୂର୍ବରୁ ଜାରି ରହିଥିବା ୨୧ଟି ପ୍ରମୁଖ ଯୋଜନାଗୁଡ଼ିକର ନାଁକୁ ପରିବର୍ତ୍ତନ କରାଯାଇଛି । ସେଗୁଡ଼ିକ ହେଉଛି ‘କାଳିଆ’ର ନାମ ପରିବର୍ତ୍ତନ କରାଯାଇ ଏହାକୁ ‘ସିଏମ୍-କିଷାନ’ ରଖାଯାଇଥିବା ବେଳେ ‘ଓଡ଼ିଶା ମିଲେଟ୍ ମିଶନ’କୁ ‘ଶ୍ରୀଅନ୍ନ ଅଭିଯାନ’, ‘କାଳିଆ ସ୍କଲାର୍ସିପ୍’କୁ ‘କୃଷି ବିଦ୍ୟାନିଧି ଯୋଜନା’, ‘ବିଏସ୍କେୱାଇ’କୁ ‘ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା’, ‘ଆମ ଓଡ଼ିଶା ନବୀନ ଓଡ଼ିଶା’କୁ ‘ବିକଶିତ ଗାଁ ବିକଶିତ ଓଡ଼ିଶା’, ‘ବିଜୁ ପକ୍କାଘର’କୁ ‘ଅନ୍ତ୍ୟୋଦ୍ୟୟ ଗୃହ ଯୋଜନା’, ‘ବିଜୁ ସେତୁ ଯୋଜନା’କୁ ‘ସେତୁ ବନ୍ଧନ ଯୋଜନା’, ‘ଲକ୍ଷ୍ମୀ’କୁ ‘ଗ୍ରାମାଞ୍ଚଳ ପରିବହନ’, ‘ବିଜୁ ଯୁବ ସଶକ୍ତିକରଣ ଯୋଜନା’କୁ ‘ଗୋଦାବରୀଶ ବିଦ୍ୟାର୍ଥୀ ପ୍ରୋତ୍ସାହନ ଯୋଜନା’, ‘ମୋ କଲେଜ ଅଭିଯାନ’କୁ ‘ଆମ ଗୌରବ ଆମ କଲେଜ’, ‘ୱେଲ୍ ଫେୟାର୍ ଅଫ୍ ଫିସର୍ମେନ୍’କୁ ‘ଓଡ଼ିଶା ଧିବର କଲ୍ୟାଣ ଯୋଜନା’, ‘ଏଲ୍ଏଚ୍ଡିସି’କୁ ‘ଗୋମାତା’, ‘ପାଉଲ୍ଟ୍ରି ଡେଭଲପ୍ମେଣ୍ଟ ଆଣ୍ଡ ସ୍ମଲ୍ ଆନିମଲ୍ ଡେଭଲପ୍ମେଣ୍ଟ’କୁ ‘ପ୍ରାଣୀ ସମ୍ପଦ ସମୃଦ୍ଧି ଯୋଜନା’, ‘ଚିଫ୍ ମିନିଷ୍ଟର୍ ପାୱାର୍ ଡେଭ୍ଲପମେଣ୍ଟ ପ୍ରୋଗ୍ରାମ’କୁ ‘ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ ଯୋଜନା’, ‘ସିଏମ୍ଇସିପି’କୁ ‘ମୁଖ୍ୟମନ୍ତ୍ରୀ ଶକ୍ତି ସଂରକ୍ଷଣ ଅଭିଯାନ’, ‘ବିଏସ୍ଭିୱାଇ’କୁ ‘ଓଡ଼ିଶା ସହରାଞ୍ଚଳ ବୈଦୁ୍ୟତିକରଣ ଯୋଜନା’, ‘ମୋ ସ୍କୁଲ୍ ଅଭିଯାନ’କୁ ‘ପଞ୍ଚଶଖା ଶିକ୍ଷା ସେତୁ’, ‘ବିଜୁ କେବିକେ’କୁ ‘କେବିକେ ବିକାଶ ଯୋଜନା’, ‘ବିଜୁ କନ୍ଧମାଳ ଓ ଗଜପତି ଯୋଜନା’କୁ ‘କନ୍ଧମାଳ ଓ ବିକାଶ ଗଜପତି ଯୋଜନା’, ‘ଇଣ୍ଟିଗ୍ରେଟେଡ୍ ୟୁଥ୍ ଡେଭ୍ଲପମେଣ୍ଟ ପ୍ରୋଗ୍ରାମ’କୁ ‘ଯୁବଶକ୍ତି’ ଏବଂ ‘ବିଜୁ ଶିଶୁ ସୁରକ୍ଷା ଯୋଜନା’କୁ ‘ଯଶୋଦା’ ନାଁରେ ପୁନଃ ନାମକରଣ କରାଯାଇଛି । ବିଧାୟକ ତୁଷାରକାନ୍ତି ବେହେରାଙ୍କ ପ୍ରଶ୍ନ ରାଜ୍ୟରେ କେତେ ନୂଆ ଯୋଜନା କାର୍ଯ୍ୟକାରୀ ହେଉଛି, କେଉଁ ଯୋଜନା ଗୁଡ଼ିକର ପୁନଃ ନାମକରଣ ହୋଇଛି; ଅନୁଯାୟୀ ଏହି ଉତ୍ତର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ସେହିପରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ରାଜ୍ୟ ସରକାରଙ୍କର ଯୋଜନା ଗୁଡିକରେ ଶତ ପ୍ରତିଶତ ରାଜ୍ୟର ନିଜସ୍ୱ ପାଣ୍ଠିର ବିନିଯୋଗ ହୋଇଥାଏ । ସେହିପରି ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା କେନ୍ଦ୍ର ଯୋଜନାରେ ଶତ ପ୍ରତିଶତ ଅର୍ଥ କେନ୍ଦ୍ର ସରକାର ବହନ କରିଥାନ୍ତି ।