ପୋଖରୀରେ ବୁଡି ଯୁବତୀ ମୃତ
ପାଣିକୋଇଲି: ଏହି ଥାନା ଯାଜପୁର ବ୍ଲକ ମାଳଆନ୍ଦପୁର ପଞ୍ଚାୟତ ବଜରପଡା ଗ୍ରାମର ଜଣେ ଯୁବତୀ ଗାଧୋଇବାକୁ ଯାଇ ପୋଖରୀରେ ବୁଡି ମୃତୁ୍ୟ ବରଣକରିଛି । ପ୍ରକାଶଯେ ବଜରପଡା ଗ୍ରାମର ପ୍ରଶାନ୍ତ କୁମାର ସାମଲଙ୍କ ବଡ ଝିଅ ସଂଜନା ସାମଲ (୧୮)ଗତକାଲି ମଧ୍ୟାନ୍ନରେ ଘର ନିକଟସ୍ଥ ପୋଖରୀକୁ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲା । ବହୁଖୋଜା ଖୋଜି ପରେ ମିଳିନଥିଲା । ଆଜି ଅପରାହ୍ନରେ ତାର ମୃତଦେହ ଭାସୁଥିବା ଦେଖି ତାକୁ ଉଦ୍ଧାର କରାଯାଇଥିଲା । ଏନେଇ ପାଣିକୋଇଲି ପୁଲିସକୁ ଜଣାଇବା ପରେ ଥାନାଧିକାରୀ ରଂଜିତ କୁମାର ମହାନ୍ତି ଘଟଣାସ୍ଥଳେ ପହଁଚିଥିଲେ । ପ୍ରଶାନ୍ତର ଅଭିଯୋଗ କ୍ରମେ ଏକ ଅପମୃତୁ୍ୟ ମାମଲା ରୁଜ୍ଜୁ କରି ପୁଲିସ ସଂଜନାର ମୃତ ଦେହକୁ ବ୍ୟବଚ୍ଚେଦ ନିମନ୍ତେ ଯାଜପୁର ମୁଖ୍ୟ ଚିକସôାଳୟକୁ ପଠାଇଥିଲା ।