ମଦ ପାଇଁ ୧୩୦୩ ଦୁର୍ଘଟଣା
ଭୁବନେଶ୍ୱର: ରାଜ୍ୟରେ ଗତ ଦୁଇବର୍ଷ ଅର୍ଥାତ୍ ୨୦୨୨ ଓ ୨୦୨୩ ମଧ୍ୟରେ ବିଭିନ୍ନ କାରଣ ଯୋଗୁଁ ମୋଟ ୨୩୬୫୫ଟି ସଡ଼କ ଦୁର୍ଘଟଣା ଘଟିଛି । ସେଥିମଧ୍ୟରୁ ଗାଡ଼ିଚାଳନା ବେଳେ ମୋବାଇଲ୍ର ବ୍ୟବହାର କରି ୭୮୦ ଟି ଦୁର୍ଘଟଣା ଘଟିଛି । ସେହିପରି ମଦ୍ୟପାନ କରି ଗାଡ଼ିଚାଳନା ଯୋଗୁ ୧୩୦୩ଟି ସଡ଼କ ଦୁର୍ଘଟଣା ଘଟିଛି । ଏହାବାଦ ସର୍ବାଧିକ ଦ୍ରୁତଗତି ଯୋଗୁ ୧୪୩୦୮ଟି ସଡ଼କ ଦୁର୍ଘଟଣା ଘଟିଛି । ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିଗତ ଦୁଇ ବର୍ଷ ମଧ୍ୟରେ କେଉଁ କାରଣ ଯୋଗୁଁ କେତୋଟି ସଡକ ଦୁର୍ଘଟଣା ଘଟିଛି ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ।