ଏଡିପିଏଚ୍ସିଓଙ୍କ  ଅବସର  ଗ୍ରହଣ 

 ନୂଆପଡା : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନୂଆପଡାର ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ (ଏଡିପିଏଚ୍ସିଓ) କିଶୋର ଚନ୍ଦ୍ର ପଟେଲ ତାଙ୍କ ଚାକିରିରୁ ଅବସର ଗ୍ରହଣ କରିଛନ୍ତି । ଏହି  ସଭାରେ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ଉମାକାନ୍ତ ମେହେର, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ. ଗୁରୁ ପ୍ରସାଦ ଜେନା, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ. ମଂଜୁରାଣୀ ସିଂହ, ବରିଷ୍ଠ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡ. ବିଦ୍ୟାଧର ନାଗ, ଜିଲ୍ଲା ପ୍ରକଳ୍ପ ପରିଚାଳକ  ସତ୍ୟ ନାରାୟଣ ତ୍ରିପାଠୀ, ଜିଲ୍ଲା ଅର୍ଥ ପରିଚାଳକ ଅରବିନ୍ଦ ନାୟକ, ଡ. ଜଗତବଂଧୁ ମହାପାତ୍ର, ପରିସଂଖ୍ୟନବିତ ମୀନ କେତନ ମାଝୀ, ଅଣ ସଂକ୍ରକ୍ଷମକ ରୋଗ ସହାୟକ ଶରତ କୁମାର ବେଜ ପ୍ରମୁଖ ଉପସ୍ଥିତ ଥିେ । ଏହି ସଭାରେ ତାଙ୍କର ସରଳ ଓ ଅମାୟିକ ପ୍ରକୃତି, ମେଳାପୀ ବ୍ୟବହାର ଏବଂ ନିଜର କର୍ମ ପ୍ରତି ଥିବା ନିଷ୍ଠା ଓ ଅନୁରକ୍ତିକୁ ସମସ୍ତେ ଭୁୟସୀ ପ୍ରଶଂସା କରିଥିଲେ । ତାଙ୍କୁ ଉପଢୌକନ ଓ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା ।