ନିମାପଡ଼ା-କୋଣାର୍କ ରାସ୍ତା ଓଏସ୍ଏଚ୍ଏ ଅଧୀନସ୍ଥ କରାଯାଉ

 ଗୋପ : ଦୀର୍ଘ ବର୍ଷଧରି ଗୋପ ଅଞ୍ଚଳଟି ସବୁବେଳେ ଅବହେଳିତ ହୋଇଛି । ନିର୍ବାଚନ ପୂର୍ବରୁ ଅନେକ ପ୍ରତିଶ୍ରୁତି ନିର୍ବାଚିତ ପରେ ସବୁ ପାଣିର ଗାର ସଦୃଶ । ତକ୍ରାଳୀନ ସରକାରଙ୍କ ସମୟରେ ୩ ଥର ନିମାପଡା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ ସମୀର ରଞ୍ଜନ ଦାଶ । ବିକାଶ ଅପେକ୍ଷା ବିବାଦୀୟ ଅଧିକ ହୋଇଥିଲେ ଯାହାଫଳରେ କି ଗୋପ ବ୍ଲକ ରେ କୌଣସି ଆଖିଦୃସିୟା କାର୍ଯ୍ୟ ହୋଇନାହିଁ । ଗତ ସାଧାରଣ ନିର୍ବାଚନରେ ସମଗ୍ର ଓଡିଶାରେ ନବୀନଙ୍କ ବିକଳ୍ପ ସରକାର ଭାବେ ମହାନ ସରକାରଙ୍କୁ ସାଧାରଣ ଜନତା ଚୟନ କଲେ । ଠିକ ସେହିପରି ନିମାପଡାରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଥିଲା । ଗୋପ ବ୍ଲକ ୧୪ ପଞ୍ଚାୟତର ଭୋଟ ହି ନିମାପଡା ବିଧାୟକ ନିର୍ଣ୍ଣାୟକ କରନ୍ତି । ସେଥିପାଇଁ ପ୍ରଭାତୀ ପରିଡାଙ୍କୁ ବିଧାୟିକା ଭାବେ ନିର୍ବାଚିତ କରିଥିଲେ । ନିର୍ବାଚନ ପୂର୍ବରୁ ଯେଉଁ ସବୁ ପ୍ରତିଶ୍ରୁତି ଓ ସଂକଳ୍ପ ପତ୍ର ବଣ୍ଟା ଗଲା ତାର ଶହେ ଭାଗରୁ ଦଶ ଭାଗ ପୂରଣ ହୋଇପାରିଲା ନାହିଁ । ଓଡ଼ିଶାର ଉପକୂଳ ବିକାଶ ପାଇଁ ମୁଖ୍ୟ ଦୁଇଟି ରାସ୍ତାକୁ ଓଏସ୍ଏଚ୍ଏ ଅଧୀନରେ ଆଣିବାକୁ ଗୋପ ବାସୀଙ୍କ ପକ୍ଷରୁ ପ୍ରଶାନ୍ତ ସ୍ୱାଇଁଙ୍କ ଅନୁରୋଧ  । ବିଜେପି କିଷାନ ମୋର୍ଚ୍ଚା ଓଡ଼ିଶାର ରାଜ୍ୟ ସମ୍ପାଦକ ପ୍ରଶାନ୍ତ ସ୍ୱାଇଁ ଓଡ଼ିଶା ସରକାରଙ୍କୁ ଏକ ପତ୍ର ଲେଖି ଓଡ଼ିଶା ରାଜ୍ୟ ରାଜପଥ ପ୍ରାଧିକରଣ ଅଧୀନରେ ପିପିଲି-କୋଣାର୍କ ଏବଂ ନିମାପଡା-ଅସ୍ତରଙ୍ଗ ରାସ୍ତାଗୁଡ଼ିକୁ ଅନ୍ତର୍ଭୁକ୍ତ କରିବାକୁ ଅନୁରୋଧ କରିଛନ୍ତି ।

ସେ କହିଛନ୍ତି ଯେ, ଏହି ଦୁଇଟି ରାସ୍ତା ଉପକୂଳ ଓ ଆଞ୍ଚଳିକ ବିକାଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ପିପିଲି-କୋଣାର୍କ ରାସ୍ତା ଭୁବନେଶ୍ୱର, ପିପିଲି, ପୁରୀ ଓ କୋଣାର୍କ ସହିତ ସଂଯୋଗ କରୁଥିବା ଏକ ପ୍ରମୁଖ ରାସ୍ତା, ଯାହା ପ୍ରତିବର୍ଷ ଲକ୍ଷ ଲକ୍ଷ ପର୍ଯ୍ୟଟକ, ଭକ୍ତ ଓ ସ୍ଥାନୀୟ ଲୋକଙ୍କ ପାଇଁ ଅତ୍ୟନ୍ତ ଜରୁରୀ । ଏହାକୁ ଚାରି-ଲେନ୍ ରାସ୍ତା ଭାବେ ଉନ୍ନତ କରିବା ଦ୍ୱାରା ଟ୍ରାଫିକ ସମସ୍ୟା କମିବ ଓ ସୁରକ୍ଷା ବୃଦ୍ଧି ପାଇବ । ନିମାପଡା-ଅସ୍ତରଙ୍ଗ ରାସ୍ତା ବିକାଶଶୀଳ ଅସ୍ତରଙ୍ଗ  ବନ୍ଦର ଓ ଉପକୂଳ ଅଞ୍ଚଳ ସହ ଅନ୍ତଦେ୍ର୍ଦଶୀୟ ଅଞ୍ଚଳକୁ ସଂଯୋଗ କରେ । ଏହି ରାସ୍ତାକୁ ରାଜ୍ୟ ରାଜପଥ ଭାବେ ଘୋଷଣା କଲେ ମାଛ ଚାଷ, ବ୍ୟବସାୟ ଓ ପର୍ଯ୍ୟଟନରେ ଉନ୍ନତି ଆସିବ ବୋଲି ସ୍ୱାଇଁ ଜଣାଇଛନ୍ତି । ସେ ଓଡ଼ିଶା ରାଜ୍ୟ ରାଜପଥ ପ୍ରାଧିକରଣ ବିଲ୍, ୨୦୨୫ ରେ ଉଲ୍ଲିଖିତ ୭୫,୦୦୦ କିମି ବିଶ୍ୱମାନର ରାସ୍ତା ତିଆରି କରିବା ଲକ୍ଷ୍ୟ ପାଇଁ ଏହି ଦୁଇଟି ରାସ୍ତାର ଅନ୍ତର୍ଭୁକ୍ତି ଆବଶ୍ୟକ ବୋଲି ମତ ପ୍ରକାଶ କରିଛନ୍ତି । ପିପିଲି-କୋଣାର୍କ ଏବଂ ନିମାପଡା-ଅସ୍ତରଙ୍ଗ ରାସ୍ତା ପାଇଁ ସମ୍ଭାବ୍ୟତା ଅଧ୍ୟୟନ କରାଯାଉ । ଏଣୁ ନିମାପଡା ଠାରୁ କୋଣାର୍କ ପର୍ଯ୍ୟନ୍ତ ୨୫ କିଲୋମିଟର ରାସ୍ତାକୁ ଚାରି ଲାଇନ ବିଶିଷ୍ଟ କରିବା ପାଇଁ ଶ୍ରୀଯୁକ୍ତ ସ୍ୱାଇଁ ବିଭାଗୀୟ ମନ୍ତ୍ରୀ ଲିଖିତ ଅଭିଯୋଗ କରିଛନ୍ତି ।