ଦୁଷ୍କର୍ମ ପରେ ଯୁବତୀଙ୍କୁ ବିଷ ଦେଇ ମାରିଦେଲେ!

ଦୁଷ୍କର୍ମ ପରେ ବିଷ ଦେଇ ମାରିଦେଲେ ଯୁବତୀଙ୍କୁ। ଯାହାକୁ ନେଇ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ନବରଙ୍ଗପୁରର କୋଷାଗୁମୁଡ଼ା ଥାନା ଅଞ୍ଚଳରେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଗତକାଲି ପାଖ ପଡିଆକୁ ଯାଇଥିବାବେଳେ ଆଉ ସେ ଘରକୁ ଫେରିନଥିଲେ। ଘର ଲୋକ ବହୁତ ଖୋଜାଖୋଜି କରିବାପରେ ତାଙ୍କ ମୃତଦେହ ମିଳିଥିଲା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ପଚାରପଚାରି କରିବାରୁ ପରିବାର ଲୋକେ କହିଥିଲେ ଯେ, ତାଙ୍କ ଝିଅକୁ ଦୁଷ୍କର୍ମ ପରେ ବିଷ ପିଆଇ ମାରିଦିଆଯାଇଛି। ତେବେ ଏନେଇ କୌଣସି ସଠିକ ପ୍ରମାଣ ନଥିବାବେଳେ ପୋଲିସ ଏହାର ତଦନ୍ତ କରୁଛି।