କୁହୁଡି ଯୋଗୁଁ ଯାତାୟତ ପ୍ରଭାବିତ
ବର୍ଷା ପରେ ଏବେ ଘନ କୁହୁଡିର ରାଜୁତି। ଦୃଶ୍ୟମାନ ହେଉନାହିଁ ୫ ମିଟର ରାସ୍ତା। ସୁନ୍ଦରଗଡ଼ ଜିଲ୍ଲାର ଖଣି ଅଞ୍ଚଳ କୋଇଡ଼ାରେ ଘନ କୁହୁଡ଼ି ଯୋଗୁଁ ଯାତାୟତ ପ୍ରଭାବିତ ହୋଇଛି । ଗୋଟେ ପଟେ ଅସହ୍ୟ ଥଣ୍ଡା ଅନ୍ୟପଟେ ଘନ କୁହୁଡ଼ି, ଯେଉଁଥିପାଇଁ ବ୍ୟାହତ ହୋଇଛି ସାଧାରଣ ଜନଜୀବନ। ସକାଳ ୯ଟା ନବାଜିଲେ ଘରୁ ବାହାରି ହେଉନାହିଁ । ଦୁର୍ଘଟଣାର ଭୟ ଯୋଗୁଁ ରାସ୍ତାରେ ଯେଉଁ ଗାଡି ସବୁ ଚଳାଚଳ କରୁଛନ୍ତି ସବୁ ଲାଇଟ୍ ଓ ଇଣ୍ଡିକେଟର ଦେଇ ଯାଉଛନ୍ତି।