ବୃଦ୍ଧି ପାଉଛନ୍ତି ଅଣଓଡ଼ିଆ ସୁବର୍ଣ୍ଣପୁର ଜିଲ୍ଲାରେ ଏ ଅଚିହ୍ନା ଲୋକମାନେ କିଏ?
ାା ପ୍ରଭାନୁ୍ୟଜ ।ା ସୋନପୁର, ୧୦ା୫: ସୋନପୁର-ସୁବର୍ଣ୍ଣପୁର ଜିଲ୍ଲା ଶାନ୍ତ ଅଞ୍ଚଳ ଭାବରେ ପରିଚିତ । ମନ୍ଦିର ମାଳିନୀ ସୁବର୍ଣ୍ଣପୁର ଶାକ୍ତ, ବୈଷ୍ଣବ, ଶୈବ ସହ ମାହିମା ଧର୍ମର ମିଶ୍ରଣ ହୋଇଛି । କିନ୍ତୁ ଗତ ୬ ବର୍ଷ ହେଲା ଏହି ଜିଲ୍ଲାରେ ଅଣ ଓଡିଆ ଲୋକମାନଙ୍କ ବୃଦ୍ଧି ହେଉଛି । ଏହି ଅଚିହ୍ନା ଲୋକମାନେ କିଏ ? ଏମାନଙ୍କୁ ନେଇ ଜିଲ୍ଲା ପ୍ରଶାସନ, ପୋଲିସ, ଜନ କଲ୍ୟାଣ ବିଭାଗ, ରାଜସ୍ୱ ବିଭାଗରେ ଖବର ଅଛି କି ? ଏ ନେଇ ଚର୍ଚ୍ଚା ଜୋର ହେଉଛି । ଏହି ଜିଲ୍ଲାକୁ ବିଭିନ୍ନ ଅଞ୍ଚଳରୁ ରାଜ୍ୟ ବାହାରରୁ ନିର୍ମାଣ ଶ୍ରମିକ ସାଙ୍ଗକୁ ଗ୍ରାମାଞ୍ଚଳରେ ବୁଲି ବୁଲି ବିଭିନ୍ନ ସାମଗ୍ରୀ ବିକ୍ରୀ କରୁଥିବା ଫେରିବାଲା କାୟା ବିସ୍ତାର କରିଛନ୍ତି । ଦେଶର କରୋନା ସମୟ ସଟ ଡାଉନ , ଲକ ଡାଉନ୍ ଯୋଗୁଁ ଏହି ଜିଲ୍ଲାରେ ଏମାନଙ୍କ ଚଳଚଞ୍ଚଳ କମ ଥିଲା ।ଏବେ ଜିଲ୍ଲା ସଦର ମହକୁମା ସମେତ ବିଭିନ୍ନ ବ୍ଳକରେ ରାଜ୍ୟ ବାହାରରୁ ଶହଶହ ଅଚିହ୍ନା ଅଣ ଓଡିଆ ଆସି ବିଭିନ୍ନ ବ୍ୟବସାୟ ଆଳରେ ବର୍ଷ ବର୍ଷ ଧରି ରହି ବସତି ସ୍ଥାପନ କରୁଥିବାର ଦେଖାଯାଇଛି ।
ବିହାର , ଉତ୍ତର ପ୍ରଦେଶ , ପଶ୍ଚିମ ବଙ୍ଗ ରାଜ୍ୟର ଗାଡି ନମ୍ବର ବ୍ୟବହାର କରୁଛନ୍ତି ।ଶୀତ ଦିନରେ କମ୍ବଳ ,ବର୍ଷାଦିନରେ ଜରି ଏବଂ ଖରା ଦିନରେ ଷ୍ଟିଲ ବାସନ ବିକ୍ରି କରୁଛନ୍ତି । ଏମାନେ ଏହି ଅଞ୍ଚଳ ତଥ୍ୟ ସଂଗ୍ରହ କରୁ ନ ଥିବେ ।ଏଭଳି ଗେରେଣ୍ଟି କିଏ ଦେବ । ପ୍ରଥମେ ଭଡା ଘରେ ପରେ ଚାଳ ଓ ପଲିଥିନ ଘର ତିଆରି ହେଉଛି । ପରବର୍ତ୍ତୀ ସମୟରେ ରାସନ କାର୍ଡ ହାତେଇଛନ୍ତି । ତାହା ଜାଗା ମିଶନରେ ପଟ୍ଟା ମଧ୍ୟ ପାଉଛନ୍ତି । କିନ୍ତୁ ବର୍ଷ ବର୍ଷ ଧରି ଏଠାରେ ରହୁଥିଲେ ସୁଦ୍ଧା ଅଚିହ୍ନା ବ୍ୟକ୍ତିମାନେ ବାସ୍ତବରେ କେଉଁ , ସେମାନଙ୍କ ପ୍ରକୃତ ପରିଚୟ କ’ଣ, ସେମାନଙ୍କ ପରିଚୟ ପତ୍ର, ଆଧାର କାର୍ଡ ଅଛି କି ନାହିଁ ସେ ସମ୍ପର୍କରେ କାହା ପାଖରେ ଖବର ରହୁନାହିଁ । ଏମାନେ କୌଣସି ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ରହିଲେ ସୁଦ୍ଧା ଅନାୟାସରେ ଖସି ଯିବାରେ ସକ୍ଷମ ହେଉଛନ୍ତି । ଭାରତର ବାଂଲାଦେଶ ସୀମାନ୍ତରେ ଥିବା ମୁର୍ସିଦାବାଦ କିମ୍ବା ପଶ୍ଚିମ ବଙ୍ଗ ଆସିଥିବା କହୁଥିଲେ ସୁଦ୍ଧା ସେମାନଙ୍କ ସଠିକ ପରିଚୟ ତଦନ୍ତ ହେଉନାହିଁ । ଏମାନଙ୍କ ଲକ୍ଷ୍ୟ ଓ ଅଭିମୁଖ୍ୟ ନେଇ ସଠିକ ତଦନ୍ତ ହେଉନାହିଁ । ପଶ୍ଚିମ ବଙ୍ଗ ରାଜ୍ୟରୁ ଆସୁ ଥିଲେ କିଛି ନୁହେଁ । କିନ୍ତୁ ବାଂଲାଦେଶ ଦେଶରୁ ଆସୁଥିଲେ । ଏମାନଙ୍କ ପ୍ରକୃତ ପରିଚୟ କ’ଣ , ଏମାନଙ୍କ କେଉଁ ଜିଲ୍ଲାରୁ ଆସିଛନ୍ତି, ଏମାନେ କେଉଁ କେଉଁ ଅଞ୍ଚଳରେ ରହି ବ୍ୟବସାୟ କରୁଛନ୍ତି ତାର ଠିକଣା କାହା ପାଖରେ ରହୁ ନ ଥିବା ଦେଖାଯାଉଛି ବିଭିନ୍ନ ପ୍ରଲୋଭନ ଦେଖାଇବା ସହ ଅଧିକ ଘର ଅଧିକ ଭଡା ଦେଇ ରହୁଛନ୍ତି ଏମାନଙ୍କ ପରିଚୟ ପଚାରିବାକୁ ନା ପୁଲିସ୍ ନା ପ୍ରଶାସନ କେହି ଧ୍ୟାନ ଦେଉ ନ ଥିବାରୁ ଜିଲ୍ଲାରେ ଏମାନଙ୍କ ସଂଖ୍ୟା ଅତି ଭୟଙ୍କର ସ୍ଥିତିରେ ପହଞ୍ଚି ସାରିଛି । ସୋନପୁର ସହରରେ ଏକ ନିର୍ଦ୍ଦିଷ୍ଟ ସଂପ୍ରଦାୟ ହଠାତ ବୃଦ୍ଧି ପାଇଛି । ଏମାନେ ବହୁ ଜବରଦଖଲ କରିଛନ୍ତି । ଆଉ କେତେକ ଜାଗା ମିଶନ ନାମରେ ଜମି ପଟ୍ଟା ବି ହାତେଲଣି । ଏହି ସବୁ ତଦନ୍ତ ସାପେକ୍ଷ ଅଟେ । ଜିଲ୍ଲାର ଉଲୁଣ୍ଡା ବ୍ଳକରେ ଏକ ଗ୍ରାମ ପଞ୍ଚାୟତରେ ଜଙ୍ଗଳ ସଫା କରି ଏକ ସଂପ୍ରଦାୟ ବସତି ଗ୍ରହଣ କଲେଣି । କିଛି ବର୍ଷ ପୂର୍ବରୁ ଏହି ଅଞ୍ଚଳରେ ନିକଟରେ ନକ୍ସଲ ଓ ପୋଲିସ୍ ମୁହାମୁହାଁ ହୋଇ ଗୁଳି ଚାଳନା ହୋଇଥିଲା ।ଏମାନଙ୍କ ଗତିବିଧି ଉପରେ କଡ଼ା ନଜର ରଖିବାକୁ ଦାବୀ ହେଉଛି । ପ୍ରକୃତିରେ ଜିଲ୍ଲାରେ ସଦର ମହକୁମାରୁ ଓ ଗ୍ରାମାଞ୍ଚଳରେ ଏଭଳି ଅଚିହ୍ନା ଲୋକମାନେ କ’ଣ କରୁଛନ୍ତି । ଏମାନଙ୍କ କାର୍ଯ୍ୟକଳାପ ଉପରେ ଲକ୍ଷ୍ୟ ଓ ଅଭିମୁଖ୍ୟ ନେଇ ସତର୍କତା ଅବଲମ୍ବନ କରିବା ଆବଶ୍ୟକତା ରହିଛି ବୋଲି ଅଞ୍ଚଳବାସୀ ଉଦ୍ବେଗ ପ୍ରକାଶ ହେଉଛି ।