ସାବଧାନ, ଅନ୍‌ଲାଇନରେ ଜଗିଂ ଶୁଜ୍‌ କିଣୁଛନ୍ତି ?

ସାବଧାନ, ଅନ୍‌ଲାଇନରେ ଜଗିଂ ଶୁଜ୍‌ କିଣୁଛନ୍ତି ?

ବର୍ତ୍ତମାନ ଅନ୍‌ଲାଇନରେ କମ୍‌ ଦାମ୍‌ରେ ବି ବିଭିନ୍ନ କମ୍ପାନୀର ଜଗିଂ ଶୁଜ୍‌ ମିଳିଯାଉଛି। ଯଦି ଆପଣ ବି ଅନ୍‌ଲାଇନରେ ଜଗିଂ ଶୁଜ୍‌ ମଗାଉଛନ୍ତି ତେବେ ଭୁଲନ୍ତୁ ନାହିଁ…

ନିଜ ପାଦକୁ କେଉଁ ସାଇଜ୍‌ର ଶୁଜ୍‌ ଫିଟ୍‌ ହେଉଛି ମାପିବା ପରେ ଅର୍ଡର କରନ୍ତୁ। କାରଣ ପାଦକୁ ଫିଟ୍‌ ନ ହେଉଥିବା ଶୁଜ୍‌ ଶରୀର ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ଯେହେତୁ ଅନ୍‌ଲାଇନରେ ନିଜେ ଟ୍ରାଏକରି କିଣିବା ସମ୍ଭବ ନୁହେଁ, ତେଣୁ ଅର୍ଡର ଭଲ ଭାବେ ଚେକ୍‌ କରନ୍ତୁ।


ଜଗିଂ ପାଇଁ ସ୍ମାର୍ଟ ସ୍ପୋଟର୍‌ସ ଶୁଜ୍‌ ସବୁଠୁ ଭଲ। ଏପରି ଜୋତା ମଗାଉଥିଲେ ପ୍ରଥମେ ଘର ଭିତରେ ପିନ୍ଧି ଅଳ୍ପ ଚାଲନ୍ତୁ। କାରଣ ଜଗିଂ ବା ରନିଂ ଶୁଜ୍‌ରେ ପାଦ ଆଗକୁ ବଢ଼ାଇବା ଏବଂ ଚାଲିବା ବେଳେ ସନ୍ତୁଳନ ରକ୍ଷା କରିବାରେ ଯେପରି କମ୍ଫର୍ଟେବଲ୍‌ ଲାଗିବା ଦରକାର। ସେହିପରି ଜୋତାର  ବା ପାଦର ଆଗ ପଛ, ଉପର ତଳ କୌଣସି ଅଂଶ ଯେପରି ଚାପିହୋଇ ନ ରହେ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ଯଦି ଶୁଜ୍‌ ପିନ୍ଧିଲେ ଠିକ୍‌ ଲାଗୁନାହିଁ ତେବେ ଏକ୍ସଚେଞ୍ଜକରି ପର୍‌ଫେକ୍ଟ ସାଇଜ୍‌ ଅର୍ଡର କରନ୍ତୁ।

ଯେକୌଣସି ସାଇଟ୍‌ରୁ ଶୁଜ୍‌ ଅର୍ଡର ନ କରି ଜଣାଶୁଣା ଶପିଂ ସାଇଟ୍‌ରୁ ମଗାନ୍ତୁ। ଅନ୍ୟ ବ୍ୟବହାରକାରୀଙ୍କ ରିଭ୍ୟୁ ରେଟିଂ ଦେଖିଲେ ମଧ୍ୟ ଉପକୃତ ହୋଇପାରିବେ।