ରୁପି ସମସ୍ୟାର କାରଣ କ’ଣ?

ରୁପି ସମସ୍ୟାର କାରଣ କ’ଣ?

 ଅନେକଙ୍କ କ୍ଷେତ୍ରରେ ଡ୍ୟାଡରଫ୍ ବା ରୁପି ସମସ୍ୟା ଦେଖାଦେଇଥାଏ । କେତେକଙ୍କ କ୍ଷେତ୍ରରେ ବର୍ଷସାରା ରୁପି ସମସ୍ୟା ଲାଗି ରହିଥାଏ । ବିଶେଷକରି ଶୀତଦିନରେ ଏହା ଅତ୍ୟଧିକ ପରିମାଣରେ ହୋଇଥାଏ । ହେଲେ ଏହା ପଛର କାରଣ କ’ଣ ଓ ଏହାକୁ କିପରି ନିୟନ୍ତ୍ରଣରେ ରଖିହେବ, ଜାଣନ୍ତୁ ।

• ରୁପି ହେବାର ବିଭିନ୍ନ କାରଣ ରହିଛି । 
• ରୁପି ହେବା ଜେନେଟିକ୍ କାରଣରୁ ହୋଇପାରେ ।
• ଏହାସହ କେଉଁ ପରିବେଶରେ ରହୁଛନ୍ତି, ତାହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ।
• ଅତ୍ୟଧିକ ପ୍ରଦୂଷଣ ମଧ୍ୟ ରୁପିର କାରଣ ହୋଇପାରେ ।
• ଶୀତଦିନେ ହିଁ ସବୁଠୁ ଅଧିକ ରୁପି ହୋଇଥାଏ ।
• ବାୟୁମଣ୍ଡଳରେ ଶୁଷ୍କତା ରୁପି ସମ୍ୟା ବଢ଼ାଇଥାଏ ।
• ରୁପିକୁ ସମ୍ପୂର୍ଣ୍ଣ ହଠାଇବା କଷ୍ଟକର ବ୍ୟାପାର ।
• ରୁପିକୁ ନିୟନ୍ତ୍ରଣ କରିବା ପାଇଁ ଷ୍ଟିରଏଡ ଲୋସନ, ଆଂଟି ଡ୍ୟାଂଡରଫ୍ ସାମ୍ପୁ ବ୍ୟବହାର କରନ୍ତୁ ।
• ଡାକ୍ତରଙ୍କ ପରାମର୍ଶ ପରେ ହିଁ ଲୋସନ କିମ୍ବା ସାମ୍ପୁ ବ୍ୟବହାର କରନ୍ତୁ ।
• ରୁପି ନିୟନ୍ତ୍ରଣ ପାଇଁ ମୁଣ୍ଡରେ ଲେମ୍ବୁ ଲଗାଇପାରିବେ ।
• ଅନ୍ୟ କିଛି ପ୍ରସଙ୍ଗ ଉପରେ ମଧ୍ୟ ଦୃଷ୍ଟି ଦେବାକୁ ପଡ଼ିବ ।
• ବାହାରକୁ ଗଲେ ଚୁଟିକୁ ଘୋଡ଼ାଇ ରଖିବା ମଧ୍ୟ ଜରୁରୀ ।
• ଏକ ସନ୍ତୁଳିତ ଖାଦ୍ୟ ଓ ଜୀବନ ଶୈଳୀ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ।